ଓଡ଼ିଶାକୁ ଏକ ନମ୍ବର କରିବାକୁ ଚାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ମନମୋହନ ସାମଲ

ଓଡ଼ିଶାକୁ ଏକ ନମ୍ବର କରିବାକୁ ଚାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ରାଜ୍ୟରେ ବିଜେପି ସରକାରକୁ ଦୁଇ ବର୍ଷ ପୂରିବାକୁ ଯାଉଛି ।  ଏହି ଅବସରରେ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି ।  ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ବିଜେପି ସରକାର ଓ ବିଜେପି ସଂଗଠନକୁ ଫାଇଦା ଦେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।  ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବା ପରେ ପୁଞ୍ଜି ନିବେଶ ବଢୁଛି ବୋଲି ସେ କହିଛନ୍ତି ।  ସେହିପରି ନିଗମ, ବୋର୍ଡ ଏବଂ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଦିଲ୍ଲୀରେ କିଛି ଆଲୋଚନା ହେଇନାହିଁ, ଭୁବନେଶ୍ୱରରେ ହେବ ବୋଲି ମନମୋହନ କହିଛନ୍ତି ।

Leave a comment