ରାଜଧାନୀରେ ଭଡ଼ାଘରେ ଯୁବତୀଙ୍କ ଆତ୍ମହତ୍ୟା ,କମିଶନରେଟ୍ ପୋଲିସର ଛାନ୍ଭିନ୍ ଆରମ୍ଭ
ରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟା। ଆତ୍ମହତ୍ୟା କରିଥିବା ଯୁବତୀଙ୍କ ନାମ ଗୋଲଡି। ସେ ମନିଷା ନାମରେ ଜଣାଶୁଣା। ସେ ସହୀଦ ନଗରରେ କାମ କରୁଥିଲେ। ଏକ ଭଡ଼ା ଘରେ ରହୁଥିଲେ। ତେବେ ମନୀଷା କଣ ପାଇଁ ଚରମ ନିଷ୍ପତ୍ତି ନେଲେ । ତାଙ୍କ ଆତ୍ମହତ୍ୟା ପଛରେ କଣ ରହସ୍ୟ ଲୁଚି ରହିଛି। ତାକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ। ଭଡ଼ ଘରକୁ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି। ମନୀଷାଙ୍କ ମୋବାଇଲ ଜବତ ହୋଇଥିବା ବେଳେ ଆଗକୁ କଲ ରେକର୍ଡ ଯାଞ୍ଚ ହେବ ବୋଲି ପୋଲିସ କହିଛି।
ଖୁବ ଉଚ୍ଚଶିକ୍ଷିତ ଥିଲେ ଗୋଲ୍ଡି ଓରଫ ମନୀଷା। ସେ ଏମ୍ବିଏ କରିଛନ୍ତି । ବିଭିନ୍ନ ଘରୋଇ କମ୍ପାନୀରେ ମାନବ ସମ୍ବଳ ବିଭାଗରେ କାମ କରିବାର ଅଭିଜ୍ଞତା ମଧ୍ୟ ରହିଥିଲା । କିଛି ଦିନ ତଳେ ସେ ନିଜ ଚାକିରି ଛାଡ଼ିଥିଲେ । ଏହାପରେ ନିଜର ଏକ ନୂଆ ବିଜନେସ୍ ଆରମ୍ଭ କରିବାକୁ ଯୋଜନା କରୁଥିଲେ । କିନ୍ତୁ ଏସବୁ ଭିତରେ ଘଟିଥିଲା ଏହି ଅଘଟଣ । ସୋମବାର ସକାଳୁ ସକାଳୁ ରାଜଧାନୀରେ ରହୁଥିବା ଭଡ଼ା ଘରୁ ତାଙ୍କର ମୃତଦେହ ମିଳିଥିଲା। ତେବେ ମନୀଷାଙ୍କ ମୃତ୍ୟୁ କେମିତି ହେଲା, ସେ ଆତ୍ମହତ୍ୟା କରିଛନ୍ତି ନା ଆଉ କଣ । ପୋଲିସ ତଦନ୍ତ ପରେ ପୁରା ସତ ପଦାକୁ ଆସିବ ବୋଲି ଆଶଙ୍କା କରାଯାଉଛି ।
ଅନ୍ୟପଟେ କମିଶନରେଟ୍ ପୋଲିସ ମଧ୍ୟ ଛାନ୍ଭିନ୍ ଆରମ୍ଭ କରିଛି । ବିଭିନ୍ନ ଦିଗକୁ ନେଇ ଆରମ୍ଭ କରିଛି ତଦନ୍ତ । କେଉଁଭଳି ସ୍ଥିତିରେ ମନୀଷାଙ୍କର ମୃତ୍ୟୁ ହେଲା, ମୃତ୍ୟୁ ପଛରେ କିଏ ଦାୟୀ ? ଏପରି ଅନେକ ପ୍ରଶ୍ନ ପୋଲିସ ସାମ୍ନାରେ ରହିଛି । ବାକି ପୋଲିସର ପ୍ରାଥମିକ ତଦନ୍ତ ଏବଂ ପୋଷ୍ଟମର୍ଟମ ରିପୋର୍ଟର ମୃତ୍ୟୁ ସଠିକ କାରଣ ଆସିପାରେ ବୋଲି ଅନୁମାନ କରାଯାଉଛି।