ଆକାଶରୁ ନିଆଁ ବର୍ଷୁଛି ,ଏତେ ଗରମରେ କେମିତି ସତର୍କ ଓ ସଚେତନ ରହିବା, ଏ ବିଷରୟରେ ଡାକ୍ତରଙ୍କ କଣ ରହିଛି ପରମର୍ଶ ଜାଣିବା

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଲୋକେ ଆଉଟୁପାଉଟୁ ହୋଇଛନ୍ତି। ଆକାଶରୁ ନିଆଁ ବର୍ଷୁଛି। ଶିଶୁରୁ ବୃଦ୍ଧ ସମସ୍ତେ ତ୍ରାହି ତ୍ରାହି ଡାକୁଛନ୍ତି । ତେବେ ସବୁ ବର୍ଗ ପାଇଁ ସଚେତନତା ନିହାତି ଜରୁରୀ। ନହେଲେ ଏହି ଗରମରେ ଟିକେ ଅବହେଳା ଶରୀରକୁ ଅସୁବିଧାରେ ପକାଇପାରେ। ବଡ଼ କଥା ହେଉଛି ଗରମ ସମସ୍ତଙ୍କ କ୍ଷେତ୍ରରେ ବା ପ୍ରତି ବର୍ଗରେ ଭିନ୍ନ ଭିନ୍ନ ପ୍ରଭାବ ପକାଏ। ଏତେ ଗରମରେ କେମିତି ସତର୍କ ଓ ସଚେତନ ରହିବା, ଏ ବିଷରୟରେ ଡାକ୍ତରଙ୍କ କଣ ରହିଛି ପରମର୍ଶ ଜାଣିବା।

ଶିଶୁ ଓ ଛୋଟ ପିଲାଙ୍କ ଠାରେ କ’ଣ ଅସୁବିଧା ଦେଖାଦିଏ ?

– ୨ ବର୍ଷ ପର୍ଯ୍ୟନ୍ତ ଝାଳ ଗ୍ରନ୍ଥି ପୂରା ବିକଶିତ ହୋଇନଥାଏ ।

– ଶରୀର ଭାର ତୁଳନାରେ ଚମଡ଼ା ଅଧିକ। ପରିବେଶରୁ ବଡ଼ଙ୍କ ତୁଳନାରେ ୩ ଗୁଣା ଶୀଘ୍ର ଗରମ ଶୋଷି ନିଏ।

– ଶୋଷ ଲାଗୁଛି ବୋଲି କହିପାରନ୍ତି ନାହିଁ।

ବିପଦ କ’ଣ ଥାଏ?

ବନ୍ଦ ଗାଡ଼ି ଭିତରେ ୨୦ ମିନିଟରେ ହିଟ୍ ଷ୍ଟ୍ରୋକ୍ ହୋଇପାରେ।

ଡାକ୍ତରଙ୍କ ପରାମର୍ଶ

-୧ଟା ୪ଟା ମଧ୍ୟରେ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ଯଦି ଯିବ, ସୂତା ପୋଷାକ ଓ ଛତା ବ୍ୟବହାର କରନ୍ତୁ।

– ପ୍ରତି ୩୦ ମିନିଟରେ ପାଣି ଦିଅ, ପିଲା ମାଗିଲେ ବି ନ ମାଗିଲେ ବି। ଗରମ ଦିନେ ଅତିରିକ୍ତ ୫-୧୦ ml/kg ପାଣି ପିଅନ୍ତୁ।

-ସମୟ ସମୟରେ ଡାଇପର ବଦଳାନ୍ତୁ।

– କୌଣସି ଡେଞ୍ଜର ସାଇନ୍, କାନ୍ଦିଲେ ଲୁହ ନ ବାହାରିଲେ , ପାଟି ଶୁଖି ଯାଇଥିଲେ – ତୁରନ୍ତ ହସ୍ପିଟାଲ୍ ନେବା ଉଚିତ୍।

– ପିଲାର ଓଜନ ଅନୁସାରେ ORS ମାତ୍ରା ପାଇଁ ଶିଶୁ ରୋଗ ବିଶେଷଜ୍ଞଙ୍କ ସହ କଥା ହେବା ଉଚିତ୍।

୨. ୬-୧୮ ବର୍ଷ ପିଲାଙ୍କ ଠାରେ କ’ଣ ଅସୁବିଧା ଦେଖାଦିଏ

– ଅଧିକ ଝାଳ ବୋହେ ।

– ଖେଳକୁଦ ସମୟରେ ଶରୀର ଭିତରେ ଅଧିକ ଗରମ ଅନୁଭୂତ ହୁଏ।

– ଗରମ ସହ ଖାପ ଖୁଆଇବାକୁ ୧୦-୧୪ ଦିନ ଲାଗେ ।

– ଖେଳ / ମୋବାଇଲରେ ବ୍ୟସ୍ତ ଥିବାରୁ ଶୋଷ ଭୁଲି ଯାଆନ୍ତି।

କଣ ବିପଦ ଦେଖା ଦିଏ?

ଖେଳ ସମୟରେ ମାଂସପେଶୀ ଟାଣି ହେବା। ବାନ୍ତି ଦେଖା ଦେଇଥାଏ।

ଡାକ୍ତରଙ୍କ ପରାମର୍ଶ:

-୨୦ ମିନିଟ୍ ନିୟମ”: ୨୦ ମିନିଟ୍ ଖେଳ + ୧୦ ମିନିଟ୍ ଛାଇ + ପାଣି ବ୍ରେକ୍।

-ଏନର୍ଜି ଡ୍ରିଙ୍କ୍ସ ପିଅନ୍ତୁନି କାରଣ ଏଥିରେ ଥିବା କ୍ୟାଫେନ୍ ଡିହାଇଡ୍ରେସନ୍ ବଢ଼ାଏ। ଲେମ୍ବୁ ପାଣି + ଟିକେ ଲୁଣ ବ୍ୟବହାର କରି ପିଅନ୍ତୁ।

– ପୋଷାକ, ହାଲୁକା ରଙ୍ଗ, ଖାଲି ସୂତା ଜାମା ପିନ୍ଧନ୍ତୁ।

୧୯-୫୯ବର୍ଷ ପିଲାଙ୍କ ଠାରେ କ’ଣ ଅସୁବିଧା ଦେଖାଦିଏ?

-ରକ୍ତ ନାଳୀ ଫୁଲିଯାଏ। ହୃଦସ୍ପନ୍ଦନ ୧୦-୧୫ ବଢ଼ିଯାଏ।

– ମଦ୍ୟପାନ ଡିହାଇଡ୍ରେସନ୍ ବଢ଼ାଏ।

– AC ରୁ ହଠାତ୍ ବାହାରି ଗରମକୁ ଯିବା ଶରୀର ପାଇଁ ଅହିତକର।

ବିପଦ କଣ?

ନିର୍ମାଣ ଶ୍ରମିକ, ଡେଲିଭରି ଷ୍ଟାଫ୍, ଟ୍ରାଫିକ୍ ପୋଲିସଙ୍କର exertional heat stroke ହୁଏ। କୋର୍ ତାପମାତ୍ରା ୪୦.୫°C ଉପରେ ଗଲେ ମସ୍ତିଷ୍କ + କିଡନୀ ନଷ୍ଟ।

ଡାକ୍ତରଙ୍କ ପରାମର୍ଶ

– ମୂତ୍ର ରଙ୍ଗ ହାଲୁକା ହଳଦିଆ ହେଲେ ଠିକ୍। ହେଲେ ଗାଢ଼ ହଳଦିଆ ହେଲେ ଖରାପ।

-ଇଲେକ୍ଟ୍ରୋଲାଇଟ୍ ଜରୁରୀ, ୧ ଘଣ୍ଟାରୁ ଅଧିକ ବାହାରେ କାମ କଲେ ୧ ଲିଟର ପାଣିରେ ଅଧା ଚାମଚ ଲୁଣ + ଲେମ୍ବୁ ମିଶାଇ ପିଅନ୍ତୁ।

– ବାହାରକୁ ଗଲେ ମୁଣ୍ଡ ଓ ବେକରେ ଓଦା ଗାମୁଛା ରଖନ୍ତୁ।

– ୧୨-୩ଟା ମଧ୍ୟରେ ଭାରି କାମ କର ନାହିଁ।

-ଗରମରେ ବି ଝାଳ ନ ବୋହିଲେ, ଦ୍ୱନ୍ଦ୍ୱ, ବାନ୍ତି ହେଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ। ଏଗୁଡ଼ିକ ହିଟ୍ ଷ୍ଟ୍ରୋକ୍ ଲକ୍ଷଣ।

ବରିଷ୍ଠ ନାଗରିକଙ୍କଠାରେ କ’ଣ ଅସୁବିଧା ଦେଖାଦିଏ?

– ୬୫ ବର୍ଷ ପରେ ଶୋଷ ଲାଗିବା ୪୦% କମିଯାଏ।

– ଝାଳ ଗ୍ରନ୍ଥି ୫୦% କମିଯାଏ।

– ହାର୍ଟ ଓ କିଡନୀର ଶକ୍ତି କମିଯାଏ।

– ଔଷଧ ସମସ୍ୟା ବଢ଼ାଏ: BP ବଟିକା, ଆଣ୍ଟି-ଡିପ୍ରେସାଣ୍ଟ ଝାଳ ବୋହିବା ବନ୍ଦ କରେ।

ବିପଦ କଣ:

ଘର ଭିତରେ ବି ହିଟ୍ ଷ୍ଟ୍ରୋକ୍ ହୁଏ। ଗରମ ଲହରୀ ସମୟରେ ୮୦% ମୃତ୍ୟୁ ୬୫+ ବୟସର ଲୋକଙ୍କର ହୁଏ।

ଡାକ୍ତରଙ୍କ ପରାମର୍ଶ :

– ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ପ୍ରତି ୨ ଘଣ୍ଟାରେ ୨୦ml ପାଣି ପିଅନ୍ତୁ।

– ଘର ତାପମାତ୍ରା ଚେକ୍ କରନ୍ତୁ। ଏହା ୩୨°Cରୁ ଅଧିକ ହେଲେ ପଙ୍ଖା + ଓଦା ପରଦା ବ୍ୟବହାର କର। ୩୫°Cରୁ ଅଧିକ ହେଲେ ଥଣ୍ଡା ଜାଗାକୁ ଯାଆନ୍ତୁ।

– ଔଷଧ ଭଲଭାବେ ଯାଞ୍ଚ କରି ଖାଆନ୍ତୁ।

Leave a comment