କୁକୁରପ୍ରେମୀମାନେ ଏଣେତେଣେ ଖାଇବାକୁ ନଦେବାକୁ ନିବେଦନ କଲେ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଓଡ଼ିଶାରେ କାର୍ଯ୍ୟକାରୀ ହେବ ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟ। ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ହିଂସ୍ର କୁକୁରଙ୍କୁ ରୋକିବା ପାଇଁ ପଦକ୍ଷେପ ନିଆଯିବ। କୁକୁରଙ୍କୁ ଟିକାକରଣ ସହ ବନ୍ଧ୍ୟାକରଣ କରାଯାଉଛି। ଜଳାନ୍ତକ ରୋଗରେ ଥିବା କୁକୁରଙ୍କୁ ଥଇଥାନ କରାଯାଉଛି। କୁକୁର ହିଂସ୍ର ହେବା ଚିନ୍ତାଜନକ। ପବ୍ଲିକ୍ ଜାଗାରେ ମାଂସ ଖାଇବାକୁ ଦେଇ ହିଂସ୍ର କରୁଛେ। ତେଣୁ କୁକୁରପ୍ରେମୀମାନେ ଏଣେତେଣେ ଖାଇବାକୁ ନଦେବାକୁ ମନ୍ତ୍ରୀ ନିବେଦନ କରିଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟ ଗୁରୁତର ସହ ନେଇଛନ୍ତି। କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଶେଷକରି କୁକୁରପ୍ରେମୀ ଓ ବୁଲା କୁକୁରଙ୍କ ପାଇଁ ଗାଇଡ୍ ଲାଇନ୍ ରହିଛି। ସର୍ବସାଧାରଣ ସ୍ଥାନରେ ବୁଲା କୁକୁର ଯେମିତି ନ ରୁହନ୍ତି ସେଥିପାଇଁ ପଦକ୍ଷେପ ନିଆଯାଉଛି। ସୁପ୍ରିମକୋର୍ଟ ଯାହା ରାୟ ଦେଇଛନ୍ତି ତାକୁ ଆମେ ସମ୍ମାନ ଦେଇ କାର୍ଯ୍ୟକାରୀ କରିବୁ। ନଗର ଉନ୍ନୟନ ବିଭାଗ ସହ ମିଶି କିପରି ହିଂସ୍ର କୁକୁରଙ୍କୁ ରୋକା ଯାଇପାରିବ ସେଥିପାଇଁ ପଦକ୍ଷେପ ନିଆଯିବ। ବିଭିନ୍ନ ଶିକ୍ଷାନୁଷ୍ଠାନ, ମନ୍ଦିର ଭଳି ଜନଗହଳି ଜାଗାରୁ କୁକୁରଙ୍କୁ ହଟାଯିବ। ଆଗରୁ ସୁପ୍ରିମକୋର୍ଟଙ୍କ ଯାହା ନିୟମ ଥିଲା ବଳବତ୍ତର ରହିଛି। ସୁପ୍ରିମକୋର୍ଟ ଯାହା ନିର୍ଦ୍ଦେଶ ଦେଇଛନ୍ତି ସ୍ୱାଗତଯୋଗ୍ୟ। ଯାହା ପଦକ୍ଷେପ ନେବା କଥା ଆମ ବିଭାଗ ନେବ। ମୁନିସିପାଲିଟି ମିଶିଲେ ଏହି କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ।

Leave a comment