ବ୍ରହ୍ମପୁରରେ ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ସୋସିଆଲ ମିଡିରେ ଭିଡିଓ ଭାଇରାଲ ପରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ
ବ୍ରହ୍ମପୁରରେ ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ସୋସିଆଲ ମିଡିରେ ଭିଡିଓ ଭାଇରାଲ ପରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ଆକ୍ରମଣକାରୀ ଦୁଇଜଣ ହେଲେ ହିଲପାଟଣାର ମୁକ୍ତତେଶ କୁମାର ସାହୁ ଓରଫ ମୁକେଶ ଓ ତାଙ୍କ ସାନ ଭାଇ ଲାଞ୍ଜିପଲ୍ଲୀର ଆଶିଷ କୁମାର ସାହୁ । କାହିଁକି ରାସ୍ତାରେ ଲୋକଙ୍କ ସାମ୍ନାରେ ଏମିତି ଆକ୍ରମଣ କଲେ? ସେନେଇ ପୋଲିସ ଦୁଇ ଭାଇଙ୍କୁ ନେଇ ଅଧିକ ତଦନ୍ତ କରୁଛି । ସେହିଳଭି ଆହତ ହୋଇଥିବା ଉମେଶ ରଥ ଓ ତାଙ୍କ ମହିଳା ବନ୍ଧୁଙ୍କ ଚିକିତ୍ସା ଏମକେସିଜିରେ କରାଯାଉଛି ।
ଗତକାଲି ରାତି ୯ଟା ସମୟରେ ଉମେଶ ରଥ ନାମକ ଜଣେ ଯୁବକ ଓ ମହିଳା ବନ୍ଧୁଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ ହେଉଛି । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଉମେଶ ଗତ କିଛି ଦିନ ଧରି ଏକ ମାମଲାରେ ଫେରାର ରହିଥିଲା । ନିକଟରେ ସେ ଆଗୁଆ ଜାମିନ ପାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉମେଶକୁ ଦୁଇ ଭାଇ ଆକ୍ରମଣ କରୁଥିବା ଭିଡ଼ିଓରୁ ସ୍ପଷ୍ଟ ହୋଇଛି । ଖବରପାଇ ବୈଦ୍ୟନାଥପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।