ପୁଣି ଆଉ ଏକ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କଲା Vivo

Vivo ପୁଣି ଆଉ ଏକ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି ଫୋନରେ ୬୫୦୦mAhର ବ୍ୟାଟେରୀ ସହିତ ଅନେକ ଦମଦାର ଫିଚର୍ସ ମଧ୍ୟ ରହିଛି । Vivo ଏହି ଫୋନକୁ Y ସିରିଜରେ ପ୍ରଚଳନ କରିଛି । ଏହି ଫୋନ୍ ଖାସ୍ କରି ୟୁଥ୍ ଏବଂ ବଜେଟ୍ ୟୁଜର୍ସଙ୍କ ପାଇଁ ଡିଜାଇନ୍ କରାଯାଇଛି । କମ୍ପାନୀ ଏହି ଫୋନକୁ Y60 5G ନାଁରେ ଲଞ୍ଚ କରିଛି । ଏଥିରେ ୩ଟି କଲର୍ ଅପ୍ସନ ପାଇବେ ୟୁଜର୍ସ । ଏଥିସହ ୩ଟି ଷ୍ଟୋରେଜରେ ମଧ୍ୟ ଏହାକୁ କମ୍ପାନୀ ପ୍ରଚଳନ କରିଛି ।

ଫିଚର୍ସ ଓ ପ୍ରାଇସ୍ :

Vivo ବଜେଟ୍ ଫ୍ରେଣ୍ଡଲି ଫୋନକୁ ଘରୋଇ ମାର୍କେଟରେ ଲଞ୍ଚ କରିଛି । Vivoର ଏହି ଫୋନ୍ 6GB RAM + 128GB, 6GB RAM + 256GB और 8GB RAM + 256GBରେ ଉପଲବ୍ଧ । CNY 1799ର ଷ୍ଟାର୍ଟିଙ୍ଗ ପ୍ରାଇସ୍ ୨୫୦୦୦ଟଙ୍କା । ଏହା ବ୍ୟତୀତ, ଫୋନର ଅନ୍ୟ ଦୁଇଟି ଭାରିଆଣ୍ଟ ଯଥାକ୍ରମେ CNY 1,999 ପ୍ରାୟ ୨୮,୦୦୦ଟଙ୍କା ଏବଂ CNY 2,299 ପ୍ରାୟ ୩୨,୦୦୦ଟଙ୍କାରେ ଉପଲବ୍ଧ । କମ୍ପାନୀ ଏହି ଫୋନ୍ କୁ ଘରୋଇ ବଜାରରେ ଏହାର ଅଫିସିଆଲ୍ ୱେବସାଇଟ୍ ଏବଂ ରିଟେଲ ଷ୍ଟୋର ଜରିଆରେ ସେଲ୍ କରିବ ।

Vivoର ଏହି ଫୋନରେ ୬.୭୪ ଇଞ୍ଚର LCD ଡିସପ୍ଲେ ରହିଛି । ଯାହା 120Hz ରିଫ୍ରେଶ ରେଟକୁ ଏବଂ 720 x 1600 ପିକ୍ସେଲ ରିଜୋଲ୍ୟୁସନକୁ ସପୋର୍ଟ କରେ । ଏହି ଫୋନଟି Qualcomm Snapdragon 4 Gen 2 ଚିପସେଟରେ କାମ କରେ । ଫୋନରେ 8GB ପର୍ଯ୍ୟନ୍ତ RAM ଏବଂ 256GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜ୍ ସପୋର୍ଟ ରହିଛି । ଯେଉଁଥିରେ ମାଇକ୍ରୋଏସଡି କାର୍ଡ ଜରିଆରେ ଏକ୍ସପାଣ୍ଡ କରାଯାଇପାରିବ ।

Vivo Y60 5Gର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ରହିଛି । ଫୋନରେ 13MPର ମେନ୍ ଏବଂ CMOS ସେନ୍ସର ରହିଛି । ଫୋନର କ୍ୟାମେରା ଅଟୋଫୋକସ୍ ଏବଂ 10x ପର୍ଯ୍ୟନ୍ତ ଡିଜିଟାଲ ଜୁମର ସପୋର୍ଟ ରହିଛି । ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ 5MPର କ୍ୟାମେରା ସୁବିଧା ରହିଛି । ଏହି ଫୋନ୍ Android 16 ଉପରେ ବେସ୍ଡ ଥିବା OriginOS 6ରେ କାମ କରେ । ଏହା ବ୍ୟତୀତ ଏଥିରେ ୬୫୦୦mAhର ବ୍ୟାଟେରୀ ସହିତ 15wର ଚାର୍ଜିଂ ଫିଚର୍ସର ସୁବିଧା ରହିଛି । ସିକ୍ୟୁରିଟି ପାଇଁ ଏଥିରେ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି ।

Leave a comment