ଗଞ୍ଜାମ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ,୧୧ ଦିନରେ ମୋଟ ୪୪୪ ଜଣକୁ ୱାରେଣ୍ଟି ଗିରଫ

ଗଞ୍ଜାମ ପୋଲିସ ଜିଲ୍ଲାରେ ଅପରାଧି ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳାକୁ ସୁଦୃଢ କରିବା ପାଇଁ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଏକ ସ୍ୱତନ୍ତ୍ର ଡ୍ରାଇଭ ଅଭିଯାନ ଆରମ୍ଭ ହୋଇଛି । ଗଞ୍ଜାମ ଏସପି ସୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇ ଚଢାଉ ଜାରି ରହିଛି । ୧୧ ଦିନରେ ମୋଟ ୪୪୪ ଜଣକୁ ୱାରେଣ୍ଟି ଧରାପଡିଛନ୍ତି । ଏହି ବ୍ୟକ୍ତିମାନେ ଅପରାଧ କରି ଦୀର୍ଘ ଦିନ ହେଲା ଫେରାର ରହିଥିଲେ ।ପୋଲସରା ଥାନା ପକ୍ଷରୁ ସର୍ବାଧିକ ୪୪, ଖଲ୍ଲିକୋଟରୁ ୩୩, ପୁରୁଷୋତ୍ତମପୁରରୁ ୩୦, ତାରସିଂରୁ ୨୯, ଗାଙ୍ଗପୁରରୁ ୨୬, ଛତ୍ରପୁରରୁ ୨୫, ହିଞ୍ଜିଳି ଥାନା ପକ୍ଷରୁ ୨୫ ଜଣ ୱାରେଣ୍ଟିକୁ ଗିରଫ କରାଯାଇଛି । ଛତ୍ରପୁର ଉପଖଣ୍ଡ ସ୍ତରରେ ୮୯, ପୁରୁଷୋତ୍ତମପୁର ଉପଖଣ୍ଡ ସ୍ତରରେ ୧୧୧, ଆସିକା ଉପଖଣ୍ଡ ସ୍ତରରେ ୧୦୯ ଓ ଭଞ୍ଜନଗର ଉପଖଣ୍ଡ ସ୍ତରରେ ୧୩୫ ଜଣକୁ ଗିରଫ କରାଯାଇଛି ।ଏହି ଅଭିଯାନରେ ଗିରଫ ହୋଇଥିବା ବ୍ୟକ୍ତିମାନେ ଚୋରି, ଲୁଟ, ମାରପିଟ ଏବଂ ଅନ୍ୟାନ୍ୟ ଅପରାଧରେ ସଂପୃକ୍ତ ରହି ଫେରାର ରହିଥିଲେ । ସେହିପରି ଦୀର୍ଘ ଦିନ ଧରି କୋର୍ଟ ହାଜର ହେଉନଥିବା ଏବଂ ଅପରାଧିଙ୍କୁ ଆଇନର ପରିସରକୁ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ଅପରାଧୀଙ୍କ ବିରୋଧରେ ଏହି ଶୂନ୍ୟ ସହିଷ୍ଣୁତା ନୀତି ଜାରି ରହିବ । ଆଗମୀ ଦିନରେ ମଧ୍ୟ ଏହି ଅଭିଯାନ ଜାରି ରହିବା ସହ ଆହୁରି ବ୍ୟାପକ କରାଯିବ ବୋଲି ଏସପି ସୁଭେନ୍ଦୁ କୁମାର ପାତ୍ରଙ୍କ ସୂଚନା ଦେଇଛନ୍ତି ।

Leave a comment