ଦିନରେ ଡହ ଡହ ଖରା , ଅପରାହ୍ନ ରେ କାଳବୈଶାଖୀ
ଦିନରେ ଡହ ଡହ ଖରା ହେଉଥିବା ବେଳେ ଅପରାହ୍ନ ରେ କାଳବୈଶାଖୀ । ଅସହ୍ୟ ଖରା ଗରମ ଗୁଳୁଗୁଳୁରେ ସାରା ଓଡିଶା ସିଝୁଥିବା ବେଳେ କାଳବୈଶାଖୀ ବର୍ଷାରେ ଭିଜୁଛି । ପବନ ସହ କାଳବୈଶାଖୀ ତାଣ୍ଡବ ରଚୁଥୁବା ବେଳେ ଆହୁରି ୫ ଦିନ ଯାଏ ରହିବ ପ୍ରଭାବ । ଆସନ୍ତା ୨୪ ଘଂଟାରେ ସାରା ରାଜ୍ୟରେ ବିଜୁଳି ଘଡଘଡି ବର୍ଷା ହେବାକୁ ଥିବା ବେଳେ ମାଲକାନଗିରି କୋରାପୁଟ ରାୟଗଡା ଗଜପତି କନ୍ଧମାଳ ଅନୁଗୁଳ ଓ ଢେଙ୍କାନାଳ ଏହି ୭ ଜିଲ୍ଲାରେ ୫୦ ରୁ ୬୦ କିମି ଝଟକା ପବନ ସମ୍ଭାବନା ସହ ୱାରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାନିୟମ ବିଭାଗ ।
ଅବଶିଷ୍ଟ ୨୩ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଓ ୩୦ ରୁ ୫୦ କିମି ଝଟକା ପବନ ସମ୍ଭାବନା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି । ସେହିପରି ଆସନ୍ତାକାଲି ନୂଆପଡା ବଲାଙ୍ଗୀର ସୋନପୁର ସମ୍ବଲପୁର ଦେଓଗଡ ବରଗଡ଼ ଓ ଝାରସୁଗୁଡା ଏହି ୭ ଜିଲ୍ଲାକୁ ବଡ଼ ଦେଉ ବାକି ୨୩ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ଓ ୩୦ ରୁ ୫୦ କିମି ଝଟକା ପବନ ସମ୍ଭାବନା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି । ୧୮ ଯାଏ ଏଭଳି ସ୍ଥିତି ଲାଗିରହିବ । ୩ ଘଣ୍ଟା ପାଇଁ ପ୍ରବଳ ବର୍ଷା ବିଜୁଳି ଘଡଘଡି ସହ ୪୦ ରୁ କିମି ଝଟକା ପବନ ସହ ମାଲକାନଗିରି ଓ କୋରାପୁଟ ରେ ହଳଦିଆ ଚେତାବନୀ ଦେଇଛି ବିଭାଗ ।
ସେପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ଥିବା ଲଘୁଚାପ ଟି ସ୍ପଷ୍ଟ ଚିହ୍ନିତ ଲଘୁଚାପ ଭାବେ ସକ୍ରିୟ ରହିବା ସହ ଦକ୍ଷିଣ ପଶ୍ଚିମ ଓ ପାଶ୍ୱବର୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ରହିଛି। କିନ୍ତୁ ଅବପାତ ହେବାର ସମ୍ଭାବନା କମ୍।ଏପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ପାଇଁ ପରିସ୍ଥିତି ଧୀରେଧୀରେ ଅନୁକୂଳ ହେଉଛି ।
ଆସନ୍ତା ୧୬ ମେ’ ୨୦୨୬ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ବାୟୁ ପ୍ରବେଶ କରିବାର ସମ୍ଭାବନା ରହିଛି । ସେପଟେ ବଢୁଛି ଦିନ ତାପମାତ୍ରା।ଆସନ୍ତା ୨ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୫ ଡିଗ୍ରୀ ବଢ଼ିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ଗତ ୨୪ ଘଣ୍ଟାରେ ୩ଟି ସ୍ତଂସ୍ତାନରେ ୪୦ ଦୁଗରୀ ୱାରେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସର୍ବାଧିକ ତାପମାତ୍ରା ଟିଟିଲାଗଡରେ ୪୦.୫ ଡିଗ୍ରୀ ରହିଥିଲା । ସେହିପରି ୧୩ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇରହିବ ବେଳେ କଟକ ବାଙ୍କିରେ ସର୍ବାଧିକ ୯୬ ମିମି ବର୍ଷା ରେକର୍ଡ ହୋଇଛି ।