ଓଡ଼ିଶା ସମେତ ୧୬ ରାଜ୍ୟରେ SIR ପାଇଁ ନିର୍ଦ୍ଦେଶ ଜାରି ,ସିିଧାସଳଖ ଯାଞ୍ଚ ହେବେ ୩.୩୪ କୋଟି ଭୋଟର

SIReci ।  ତୃତୀୟ ପର୍ଯ୍ୟାୟ SIR ପାଇଁ ECIଙ୍କ ଘୋଷଣା । ଓଡ଼ିଶା ସମେତ ୧୬ ରାଜ୍ୟରେ SIR ପାଇଁ ନିର୍ଦ୍ଦେଶ ଜାରି । ଓଡ଼ିଶାରେ ଭୋଟର ତାଲିକାର ସ୍ପେଶାଲ ରିଭିଜନରେ ଘରକୁ ଘର ବୁଲିବେ BLO । ସିିଧାସଳଖ ଯାଞ୍ଚ ହେବେ ୩.୩୪ କୋଟି ଭୋଟର ।

୩୮,୧୨୩ ଜଣ ବୁଥ୍ ଲେଭଲ୍ ଅଫିସର (BLO) ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଓ ଯାଞ୍ଚ କରିବେ। ସେମାନଙ୍କୁ ସହାୟତା କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ୮,୩୯୧ ଜଣ ବୁଥ୍ ଲେଭଲ୍ ଏଜେଣ୍ଟ (BLA) ମଧ୍ୟ ନିୟୋଜିତ ହେବେ। ତାଲିମ ଓ ପ୍ରସ୍ତୁତି ମେ’ ୨୦ ରୁ ମେ’ ୨୯ ଯାଏ ଚାଲିବ । ଜୁଲାଇ ୫ ଚିଠା ଭୋଟର ତାଲିକା ଆସିବ । ଜୁଲାଇ ୫ ରୁ ଅଗଷ୍ଟ ୪ରେ ଅଭିଯୋଗ ଓ ସଂଶୋଧନ ଆବେଦନ ।

ସେପ୍ଟେମ୍ବର ୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । କେବଳ ଓଡ଼ିଶା ନୁହେଁ, ଦେଶର ୧୬ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଏହି ରିଭିଜନ କରାଯାଉଛି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଭୋଟର ତାଲିକାରୁ ମୃତ ବ୍ୟକ୍ତି ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ହଟାଇବା ଏବଂ ନୂତନ ଭୋଟରଙ୍କ ସଠିକ୍ ତଥ୍ୟ ଯୋଡ଼ି ଏକ ନିର୍ଭୁଲ ତାଲିକା ପ୍ରସ୍ତୁତ କରିବା। ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ନିର୍ବାଚନରେ ଏହି ସଦ୍ୟତମ ଭୋଟର ତାଲିକା ବ୍ୟବହାର କରାଯିବ। ତେଣୁ ସମସ୍ତ ଭୋଟର ଏବଂ ରାଜନୈତିକ ଦଳଗୁଡ଼ିକୁ ଏହି ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ନିର୍ବାଚନ କମିଶନ ଅନୁରୋଧ କରିଛନ୍ତି ।

Leave a comment