ପୁରୀ ଅସ୍ତରଙ୍ଗ ପୀର ଯାହାନିଆ ସମୁଦ୍ରରେ ବିଚିତ୍ର ଦୃଶ୍ୟ,ଦେଖାଦେଲା ହାତୀ ଶୁଣ୍ଢ
ସମୁଦ୍ରରେ ଦେଖାଦେଲା ହାତୀ ଶୁଣ୍ଢ । ପୁରୀ ଅସ୍ତରଙ୍ଗ ପୀର ଯାହାନିଆ ସମୁଦ୍ରରେ ବିଚିତ୍ର ଦୃଶ୍ୟ ଦେଖାଯାଇଛି । ପର୍ଯଟକ ମାନେ ସ୍ନାନ କରୁଥିବା ସମୟରେ ସମୁଦ୍ର ଭିତରେ ଦେଖିବାକୁ ମିଳିଥିଲା ଏକ ବିଚିତ୍ର ଦୃଶ୍ୟ । ପାଗ ଠିକଠାକ ରହିଥିବା ବେଳେ ହଠାତ ସମୁଦ୍ର ଉପରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ । ଆଉ ଏହି ମେଘ ବାଦଲ ଦେହରୁ ସମୁଦ୍ର ମଧ୍ୟକୁ ଲମ୍ବିଯାଇଥିଲା ଏକ ଲମ୍ବା ହାତିଶୁଣ୍ଢ । ଏହି ହାତୀ ଶୁଣ୍ଢ ପଡିବା ପରେ ସମୁଦ୍ର ମଧ୍ୟରେ ଆରମ୍ଭ କରିଥିଲା ଜଳଚକ୍ର । ସମୁଦ୍ରରୁ ଟାଣି ନେଉଥିଲା ହଜାର ହଜାର ଲିଟର ଜଳ । ଏହି ବିରଳ ଚିତ୍ର ଦେଖିବାକୁ ମିଳିଥିଲା ସମୁଦ୍ର କୁଳଠାରୁ ମାତ୍ର କେଇ କିଲୋମିଟର ଦୂରରେ । ଏ ଭଳି ଏକ ମହାଜାଗତିକ ଦୃଶ୍ୟକୁ ସମୁଦ୍ର କୂଳରେ ରହିଥିବା ପର୍ଯଟକ ମାନେ ଉପଭୋଗ କରିବା ସହିତ ନିଜ ନିଜ ମୋବାଇରେ ଭିଡିଓ ସୁଟିଂ କରି ଚାଲିଥିଲେ ।