ଚଳଚଞ୍ଚଳ ରଥଖଳା। ଜୋର୍ସୋର ଚାଲିଛି ବିଶ୍ବ ନିଅନ୍ତାଙ୍କ ରଥ ନିର୍ମାଣ କାମ। ଭଉଁରୀ ଉତ୍ସବରେ ରଥର ଚକ-ଅଖ ଡେରା ନୀତି ସମ୍ପନ୍ନ ହୋଇଛି । ରଥଖଳାରେ ମହାପ୍ରଭୁଙ୍କୁ ଆଜ୍ଞାମାଳ ପହଞ୍ଚିବା ପରେ ୩ ରଥର ଚକ ସହ ଅଖ ସଂଯୋଗ ହୋଇଛି । ୨ଟି ଲେଖାଏଁ ନାହାକା ଚକରେ ଗୋଟିଏ ଲେଖାଏଁ ନାହାକା ଅଖ ଭୁଞ୍ଜା ଯାଇଥିଲା । ଚକ-ଅଖ ଡେରା ହେବା ପରେ ପ୍ରଥମ ହରି ବୋଲ ପକାଇଛନ୍ତି ସେବାୟତ।ଭଉରୀଁ ଦିନ ସକାଳ ଧୂପ ସରିଲେ ରଥ ଖଳାକୁ ଠାକୁରଙ୍କ ଆଜ୍ଞା ମାଳ ବିଜେ ହୋଇଥିଲା । ପଟୁଆରରେ ପୂଜାପଣ୍ଡା ସାମନ୍ତମାନେ ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ନେଇ ଶ୍ରୀନଅର ସିଂହଦ୍ୱାର ସମ୍ମୁଖକୁ ଆସି ପହଞ୍ଚିଥିଲେ । ଏହା ପୂର୍ବରୁ ଆଗେ ଭୋଇ ସେବକମାନେ ରଥ ଖଳାରୁ ନାହାକା ଚକ ବୋହି ଆଣି ଅଖ ସହ ଯଥା ସ୍ଥାନରେ ରଖିଥିବେ। ୩ ରଥର ତିନି ମୁଖ୍ୟ ବିଶ୍ୱକର୍ମା ସଂଯୁକ୍ତ ଚକର ତୁମ୍ବରେ ଖଣ୍ଡୁଆ ପକାଇଲେ । ପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଲାଗି କରିଥିଲେ । ପୁଣି ମୁଖ୍ୟ ବିଶ୍ୱକର୍ମାମାନେ ଆଜ୍ଞାମାଳ ଚକ ଉପରେ ସ୍ଥାପନ କରି ମାହାର୍ଦ୍ଦ ସମର୍ପଣ କରି ଶ୍ରୀଫଳ ଭାଙ୍ଗିଥିଲେ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Next Post