ନୂଆ ମଡେଲରେ ପୁଣି ଫେରିଛି ପୁରୁଣା ଲ୍ୟାଣ୍ଡଫୋନ,ଆମେରିକା ଏବଂ କାନାଡାରେ ବେଶ୍ ଲୋକପ୍ରିୟତା ହାସଲ କରୁଛି
ସ୍ମାର୍ଟଫୋନ୍ ଆଜି ଆମ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି । ପାଠପଢ଼ାଠାରୁ ଏଣ୍ଟରଟେନମେଣ୍ଟ ପର୍ଯ୍ୟନ୍ତ ସବୁକିଛି ଏହି ଗୋଟିଏ ଡିଭାଇସ୍ ଉପରେ ନିର୍ଭରଶୀଳ ହୋଇଗଲାଣି। ଏହା ଅନେକ ସୁବିଧା ଦେବା ସହ ଏହା ନକାରାତ୍ମକ ପ୍ରଭାବ ମଧ୍ୟ ପକାଉଛି । ବିଶେଷକରି ପିଲାମାନଙ୍କ ଉପରେ ଏହାର ପ୍ରଭାବ ପଡୁଛି । ଅଧିକ ସମୟ ପର୍ଯ୍ୟନ୍ତ ପିଲାମାନେ ଫୋନ୍ ୟୁଜ୍ କରୁଥିବାରୁ ଏହାର ସ୍କ୍ରିନିଂ ପାୱାର ଆଖି ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି । ଫଳରେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ବଢୁଥିବା ଡିଜିଟାଲ ବିପଦ ପାଇଁ ପୁରୁଣା ଲ୍ୟାଣ୍ଡଫୋନ ଏକ ନୂଆ ମଡେଲରେ ପୁଣି ଫେରିଛି । ଟିନ୍ କ୍ୟାନ୍ ନାମକ ଏହି ଫୋନ୍ ଆମେରିକା ଏବଂ କାନାଡାରେ ବେଶ୍ ଲୋକପ୍ରିୟତା ହାସଲ କରୁଛି । ଯାହାର ଡିଜାଇନ୍ ୯୦ ଦଶକର । ଯାହା କେବଳ ପିଲାଙ୍କ ଉପରେ ଭଲ ପ୍ରଭାବ ପକାଇବ ନାହିଁ ବରଂ ପୁରୁଣା ଦିନର ସ୍ମୃତିକୁ ତାଜା କରିବାରେ ଲାଗିଛି ।
ଫିଚର୍ସ : ଏହି ଫୋନରେ ବଡ଼ ବଡ଼ ବଟନ୍ ରହିବା ସହିତ କର୍ଭଡ କର୍ଡ ଏବଂ ବେସ୍ ଷ୍ଟାଣ୍ଡର ସୁବିଧା ଏଥିରେ ରହିଛି । ଏହି ଫୋନର ଲୁକ୍ ପୁରୁଣା ଦେଖାଯାଉଥିଲେ ମଧ୍ୟ ଏହାର ମର୍ଡନ ଟେକ୍ନୋଲୋଜି ରହିଛି । ଯାହା ସିଧାସଳଖ ଭାବେ Wi-Fi ସହ କନେକ୍ଟ କରିପାରିବ । ଯେଉଁଥିରେ ଇଣ୍ଟରନେଟ୍ କଲିଂର ସୁବିଧା ମଧ୍ୟ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥିରେ କୌଣସି ସ୍କ୍ରିନ୍ ନାହିଁ, କୌଣସି ସୋସିଆଲ ମିଡିଆ ନାହିଁ, କୌଣସି ଗେମ୍ ନାହିଁ କିମ୍ବା ଅନ୍ୟାନ୍ୟ ଫିଚର୍ସ ମଧ୍ୟ ନାହିଁ । ଯାହା ପିଲାମାନଙ୍କ ପାଇଁ ବେଷ୍ଟ ରହିବ । କେବଳ ଜରୁରୀ ସମୟରେ ହିଁ ପିଲାମାନେ ଏହାର ବ୍ୟବହାର କରିପାରିବେ ।
ପ୍ରାଇସ୍ : ଯଦି ଏହି ଫୋନଟିର ପ୍ରାଇସ୍ କଥା କୁହାଯାଏ ତେବେ ଏହା ୧୦୦ଡଲାରରେ ଉପଲବ୍ଧ । ଏହି ଫୋନର ପ୍ରାଇସ୍ ଅଧିକ ଥିଲେ ମଧ୍ୟ ଏହାର ଲୋକପ୍ରିୟତା ବେଶ୍ ବଢିବାରେ ଲାଗିଛି । ଯୁଗରେ ଯେତେବେଳେ ସବୁକିଛି ସ୍ମାର୍ଟ ହେବାରେ ଲାଗିଛି ସେତେବେଳେ ଏହି ଫୋନଟି ଭିନ୍ନ ପଦ୍ଧତିକୁ ପ୍ରତିନିଧିତ୍ବ କରୁଛି । ଯାହା ବର୍ତ୍ତମାନ ପିଢି ପାଇଁ ଏକ ଉତ୍ତମ ବିକଳ୍ପ ।