ଶିଶୁ କନ୍ୟା ର ବାପା ହେଲେ ବିଗ୍ ବସ୍ ୧୭ ବିଜେତା ତଥା ଷ୍ଟାଣ୍ଡ-ଅପ୍ କମେଡିଆନ୍ ମୁନାୱର ଫାରୁକି

ବାପା ହେଲେ ବିଗ୍ ବସ୍ ୧୭ ବିଜେତା ତଥା ଷ୍ଟାଣ୍ଡ-ଅପ୍ କମେଡିଆନ୍ ମୁନାୱର ଫାରୁକି । ମୁନାୱରଙ୍କ ପତ୍ନୀ ମହଜବିନ୍ କୋଟାୱାଲା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ମୁନାୱର ଗତକାଲି ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି ।

ମୁନାୱର ତାଙ୍କ ନବଜାତ ଶିଶୁ ଏବଂ ପତ୍ନୀ ମହଜବୀନ୍ ସହ ହସ୍ପିଟାଲରୁ ଫଟୋ ସେୟାର କରି କ୍ୟାପସନ ଦେଇଛନ୍ତି, “ମୁଁ ଆଶୀର୍ବାଦ ଅନୁଭବ କରୁଛି । ଘରକୁ କୁନି ଅତିଥି ଆସିଛନ୍ତି । ଆଲହାମଦୁଲିଲ୍ଲାହ ।”

ଏହି ଖୁସି ଖବର ପରେ ସେଲିବ୍ରିଟି ସମେତ ଫ୍ୟାନ୍ସ ମୁନାୱରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବରୁଣ ଧୱନ, ଅଲି ଗୋନି, ଗୌହର ଖାନ, ଜନ୍ନତ ଜୁବୈର, ସୋନାଲି ବେନ୍ଦ୍ରେ, କ୍ରିଷ୍ଟଲ ଡିସୁଜା, ଧନଶ୍ରୀ, ମିଷ୍ଟର ଫୈସୁ, ମାହି ଭିଜ, ପୁନମ ପାଣ୍ଡେ, ଦିଗବିଜୟ ରାଠି ସମେତ ଅନେକ ଷ୍ଟାର ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ବିଗବସ୍ ୧୭ ଟ୍ରଫି ବିଜେତା ମୁନାୱର ୨୦୨୪ରେ ମେହଜବିନଙ୍କ ପୂର୍ବରୁ ଜାସ୍ମିନଙ୍କୁ ବିବାହ କରିଥିଲେ । ତାଙ୍କର ମିକାଇଲ ନାମକ ଏକ ପୁଅ ମଧ୍ୟ ରହିଛନ୍ତି । ତାଙ୍କ ସ୍ତ୍ରୀ ମେହଜବିନ କୋତୱାଲାଙ୍କର ମଧ୍ୟ ତାଙ୍କ ପୂର୍ବ ବିବାହରୁ ଏକ ଝିଅ ଅଛି । ମୁନାୱର ୨୬ ମେ ୨୦୨୪ରେ ମେହଜବିନଙ୍କୁ ବିବାହ କରିଥିଲେ । ଏହା ତାଙ୍କର ଦ୍ୱିତୀୟ ବିବାହ ।

Leave a comment