ବଢିଲା ସ୍ମାର୍ଟଫୋନ୍ ଦାମ୍, ଜାଣନ୍ତୁ କାହିଁକି ବଢ଼ୁଛି ସ୍ମାର୍ଟଫୋନ୍ ଦାମ୍ ?
ଯଦି ଆପଣ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତା’ ହେଲେ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ। କାରଣ ଅନେକ ବଡ଼ ସ୍ମାର୍ଟଫୋନ୍ କମ୍ପାନି ସେମାନଙ୍କର ଲୋକପ୍ରିୟ ମଡେଲର ଦାମ୍ ବଢ଼ାଇଛନ୍ତି। ଏଥିରେ ଓ୍ବାନପ୍ଲସ, ରିୟଲମି, ରେଡମୀ ଏବଂ ନଥିଂ ଭଳି ସାମିଲ ଅଛନ୍ତି। ଏହି ଦାମ ବୃଦ୍ଧି ପଛରେ ଗ୍ଲୋବାଲ ସପ୍ଲାଏ ଚେନ୍ ସଙ୍କଟ ଏବଂ ମେମୋରୀ ଚିପର ଅଭାବ ବୋଲି ଦର୍ଶାଯାଇଛି। ସ୍ପଷ୍ଟ ଭାବରେ କହିଲେ ଏଆଇ ଟେକ୍ନୋଲୋଜିର ବଢ଼ୁଥିବା ଚାହିଦା ସ୍ମାର୍ଟଫୋନ୍ ଇଣ୍ଡଷ୍ଟ୍ରିର ଖର୍ଚ୍ଚ ବଢ଼ିଛି। ଯାହାର ସିଧା ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡ଼ୁଛି।
କାହିଁକି ବଢ଼ୁଛି ସ୍ମାର୍ଟଫୋନ୍ ଦାମ୍ ?
ପ୍ରକୃତରେ ବର୍ତ୍ତମାନ ବିଶ୍ବ ବଜାରରେ ବର୍ତ୍ତମାନ ଡିଆରଏଏମ ଏବଂ ନାଣ୍ଡ୍ ଷ୍ଟୋରେଜ ଭଳି ଜରୁରୀ କମ୍ପୋନେଣ୍ଟ୍ସର ଅଭାବ ଦେଖିବାକୁ ମିଳିଛି। ଏଆଇର ବଢ଼ୁଥିବା ଚାହିଦା ଯୋଗୁ ବଢ଼ୁଥିବା ଟେକ୍ କମ୍ପାନି ଡାଟା ସେଣ୍ଟର ପାଇଁ ବଡ଼ ଆକାରରେ ରାମ୍ ଏବଂ ଜିପିୟୁ କିଣୁଛନ୍ତି। ଏଥିରେ ମେମୋରୀ ନିର୍ମାତା ହାଇ ବ୍ୟାଣ୍ଡଓ୍ବିଡ୍ଥ ମେମୋରୀ ଉତ୍ପାଦନ ଉପରେ ଧ୍ୟାନ ଦେଉଛନ୍ତି। ଫଳରେ ସ୍ମାର୍ଟଫୋନ କମ୍ପାନିଙ୍କ ପାଇଁ ଜରୁରୀ ଉପକରଣ ମହଙ୍ଗା ହୋଇଛି। ନିର୍ମାଣ ଖର୍ଚ୍ଚ ବଢ଼ିଲେ, ତାହାର ପ୍ରଭାବ ରିଟେଲ ମୂଲ୍ୟ ଉପରେ ପଡ଼ିଥାଏ। ଏହି କାରଣରୁ ଭାରତରେ ସ୍ମାର୍ଟଫୋନ୍ ଦାମ ଲଗାତାର ବଢ଼ୁଛି।
ସେପଟେ ବିଶେଷଜ୍ଞଙ୍କ ମତରେ ମେମୋରୀ ଚିପ୍ ଅଭାବ ଏବଂ ଏଆଇ ହାର୍ଡଓ୍ବେୟାର ଚାହିଦା ବର୍ତ୍ତମାନ କମ୍ ହେବ ନାହିଁ। ଏମିତିରେ ଆଗାମୀ ସମୟରେ ଅନ୍ୟ ବ୍ରାଣ୍ଡଗୁଡ଼ିକ ଦାମ୍ ବଢ଼ାଇପାରନ୍ତି। ବିଶେଷକରି ପର୍ବପର୍ବାଣୀ ପୂର୍ବରୁ ବଜାରରେ ନୂଆ ଦାମରେ ମୋବାଇଲ ଦେଖିବାକୁ ମିଳିପାରେ।