ବିଭ୍ରାଟ ନା ମନମାନି । ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଚାପ ଖେଳିଲେନି ଠାକୁର। ଚନ୍ଦନ ଯାତ୍ରାର ନବମ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳି ପାରିଲେନି ଠାକୁର। ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଘଟିଛି ଏଭଳି ଘଟଣା।
ଚାପ ନଖେଳି ଦୀର୍ଘ ସମୟ ଧରି ଚାପ ଡଙ୍ଗାରେ ବସି ରହିଲେ ମଦନମୋହନ, ରାମକୃଷ୍ଣ ଏବଂ ପଞ୍ଚପାଣ୍ଡବ। ସିଂହାରୀ ନିଯୋଗ ଏବଂ ସୁଦୁ ସୁଆର ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ଠାକୁରଙ୍କ ରାତି ଚାପ ହୋଇପାରିଲା ନାହିଁ । ସୁଦୁ ସୁଆର ସେବକଙ୍କୁ ଚାପ ଡଙ୍ଗାରେ ବାରଣ ଯୋଗୁଁ ସୃଷ୍ଟି ହୋଇଛି ବିବାଦ। ସମସ୍ୟାର ସମାଧାନ ନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଠାକୁରଙ୍କ ଚାପ ଖେଳ ଦର୍ଶନ କରିନପାରି ତୀବ୍ର ଅସନ୍ତୋଷ ପ୍ରକାଶ କଲେ ଶ୍ରଦ୍ଧାଳୁ।