୩,୮୦୦ କେଜିରୁ ଅଧିକ ଅପମିଶ୍ରିତ ଆମ୍ବ ରସ ଜବତ

ଭାରତରେ ଏବେ ଗ୍ରୀଷ୍ମ ଋତୁ, ଏହି ଦିନେ ଆମ୍ବ ସମସ୍ତଙ୍କ ପ୍ରିୟ। ଏଣୁ ଏହି ଋତୁରେ ରସାୟନିକ ରୂପେ ପଚା ଯାଇଥିବା ଆମ୍ବ ଓ ଅପମିଶ୍ରଣ ନେଇ ଏବେଠୁ ଚିନ୍ତା ଉପୁଜିଲାଣି। ନିଜର ସମୃଦ୍ଧ ସ୍ୱାଦ ଓ ସୁଗନ୍ଧ ଲାଗି ପ୍ରସିଦ୍ଧ ଆମ୍ବର ଚାହିଦା ପ୍ରତ୍ୟେକ ବର୍ଷ ଋତୁରେ ବଢିଯାଇଥାଏ। ହେଲେ ଏହା ସହିତ ନିଷିଦ୍ଧ ରସାୟନ, କ୍ରୁତ୍ରିମ ରଙ୍ଗ ଓ ଏହାକୁ ପଚାଇବା ପାଇଁ ଅସୁରକ୍ଷିତ ପଦାର୍ଥର ଉପଯୋଗ ଭଳି ଅନୈତିକ କାମ ମଧ୍ୟ ଆରମ୍ଭ ହୋଇଯାଏ। ନିକଟରେ ପୁଣେସ୍ଥିତ ଖାଦ୍ୟ ଏବଂ ଔଷଧି ପ୍ରଶାସନ (ଏଫଡିଏ) ଏକ କାର୍ଯ୍ୟାନୁଷ୍ଠାନରେ ୩,୮୦୦ କେଜିରୁ ଅଧିକ ଅପମିଶ୍ରିତ ଆମ୍ବ ରସ ଜବତ କରିଛନ୍ତି। ଏଣୁ ଭାରତରେ ଖାଦ୍ୟ ସୁରକ୍ଷା ଓ ନକଲୀ ଆମ୍ବ କୁ ନେଇ ଏବେ ଚିନ୍ତା ଉପୁଜିଛି।

ଅଧିକାରୀକ ରିପୋର୍ଟ ଅନୁସାରେ ଏଫଡିଏ ପୁଣେ ଜିଲ୍ଲାରେ ଚଢଉ କରିଛି। ଏଥିରେ ବିପୁଳ ପରିମାଣରେ ଆମ୍ବ ରସରେ ଅପମିଶ୍ରଣ ଜଣାପଡିଛି। ମାଭଲ ତାଲୁକରେ ଥିବା ଉର୍ସେ ଗାଁର ଏକ କାରଖାନାରେ ଚଢଉ କରି ଏହି ଅପମିଶ୍ରିତ ଆମ୍ବରସ ଜବତ କରାଯାଇଛି। ଜବତ ଆମ୍ବ ରସକୁ ନଷ୍ଟ କରାଯାଇଥିବା ବେଳେ ପ୍ରୟୋଗଶାଳା ପରୀକ୍ଷଣ ଲାଗି କିଛି ଆମ୍ବ ରସ ନମୁନା, କଞ୍ଚାଆମ୍ବ ଓ ଅପମିଶ୍ରଣରେ ଉପଯୋଗ ହେଉଥିବା ରସାୟନର ନମୁନା ସଂଗ୍ରହ କରାଯାଇଛି। ଜବତ ହୋଇଥିବା ସାମଗ୍ରୀରେ ଚିନି, ଗୋ ଦୁଗ୍ଧ ଓ ଆମ୍ବ ରଙ୍ଗର ତରଳ ଘୋଳ ଆଦି ଥିଲା। ଏଣୁ ଆମ୍ବ ଅପମିଶ୍ରଣ ନେଇ ଚିନ୍ତାକୁ ବଢାଇଛି।

ଭାରତରେ ଆମ୍ବ ଅପମିଶ୍ରଣ
ଏଫଡିଏ ଚେତାବନୀ ଦେଇଛି ଯେ ଖାଦ୍ୟ ସୁରକ୍ଷା ଓ ମାନକ ଅଧିନିୟମ ୨୦୦୬ ଅନୁସାରେ ବୈଧ ଲାଇସେନ୍ସ ବିନା ବ୍ୟବସାୟ କରିବା ଦଣ୍ଡନିୟ ଅପରାଧ। ଏଥି ଲାଗି ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମନା ମଧ୍ୟ ହୋଇପାରେ। ଏଥି ପାଇଁ ଉପଭୋକ୍ତାଙ୍କୁ ସତର୍କ କରାଯାଇଥିବା ବେଳେ ହେଲପଲାଇନ ମାଧ୍ୟମରେ ନକଲୀ ଆମ୍ବ, ଅପମିଶ୍ରିତ ଆମ୍ବ, ଆମ୍ବ ରସ ଓ ରସାୟନିକ ଭାବେ ଉପଚାର କରାଯାଇଥିବା ଫଳ ମାମଲାରେ ରିପୋର୍ଟ କରିବାକୁ ନିବେଦନ କରାଯାଇଛି। ଏହି ଘଟଣାରୁ ଭାରତରେ ଆମ୍ବର ଅପମିଶ୍ରଣ ସମସ୍ୟାକୁ ଦର୍ଶାଉଛି।

ରସାୟନିକ ଭାବେ ପଚା ଯାଇଥିବା ଆମ୍ବର ପ୍ରଭାବ
ରସାୟନିକ ଭାବେ ପଚା ଯାଇଥିବା ଆମ୍ବ ବିଶେଷ କରି କ୍ୟାଲସିୟମ କାର୍ବାଇଡ ଉପଚାରିତ ଆମ୍ବ ଯୋଗୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିପାରେ ଯେପରି

ଦେହ ବୁଲେଇ ହେବା, ବାନ୍ତି ହେବା ଓ ଡାୟରିୟା
ପେଟରେ ଯନ୍ତ୍ରଣା ଓ ପାଚନ ସମ୍ପର୍କିତ ସମସ୍ୟା
ଶ୍ୱାସ ନଳି ପୋଡିବା ବିଶେଷ କରି ଆଜମା ରୋଗୀଙ୍କଠାରେ ଏହି ଲକ୍ଷଣ ଦେଖାଯାଏ

ଆର୍ସେନିକ୍ ଓ ଫସଫରସ ଭଳି ହାନୀକାରକ ରସାୟନ ସହ ଦୀର୍ଘ ସମୟ ଧରି ସମ୍ପର୍କରେ ରହିବା ଦ୍ୱାରା ପାଚି ଥିବା ଆମ୍ବ ଖାଇଲେ କର୍କଟ ସହିତ ହର୍ମୋନାଲ ଅସନ୍ତୁଳନ ସହିତ ଜଟିଳ ରୋଗର ବିପଦ ବଢିଯାଏ। ଏଣୁ ନକଲୀ ଆମ୍ବ ଓ ରସାୟନିକ ରୂପେ ଉପଚାର ହୋଇଥିବା ଆମ୍ବ ଚିହ୍ନିବା ଓ ଏଥିରୁ ବର୍ତ୍ତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଭାରତରେ ନକଲୀ ଆମ୍ବ ରସ ଜବତ ଓ ଆମ୍ବରେ ହେଉଥିବା ଅପମିଶ୍ରଣ ମାମଲା ବଢିବା ଯୋଗୁ ଉପଭୋକ୍ତାଙ୍କୁ ଆମ୍ବ କିଣିବା ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି। ଏଣୁ ଆମ୍ବ କିଣିବା ବେଳେ ସର୍ବଦା ବିଶ୍ୱସନୀୟ ସ୍ରୋତରୁ କିଣନ୍ତୁ। ସେହିପରି ରସାୟନିକ ଭାବେ ପଚାଯାଇଥିବା ଆମ୍ବ ଚିହ୍ନଟ ଲାଗି ଘରୋଇ ପରୀକ୍ଷଣ କରନ୍ତୁ। ଆମ୍ବର ସୁରକ୍ଷା, ଖାଦ୍ୟପଦାର୍ଥରେ ଅପମିଶ୍ରଣ, ସ୍ୱାସ୍ଥ୍ୟ ସମ୍ପର୍କିତ ରିସ୍କ ସମ୍ପର୍କରେ ଜାଣିବା ଚଳିତ ଆମ୍ବ ଋତୁରେ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ସୁରକ୍ଷିତ ରଖି ପାରେ।

Leave a comment