ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା

ପଶ୍ଚିମବଙ୍ଗରେ ବିଧାନସଭା  ନିର୍ବାଚନ ପ୍ରଚାର କରୁଥିବା ବେଳେ ଝାରଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ୍ ରାସ୍ତା କଡ଼ରେ ଥିବା ଏକ ଝାଲମୁଢ଼ି ଦୋକାନରେ ଅଟକି ଯାଇଥିଲେ। ମୋଦୀଙ୍କ ଗାଡ଼ି ରାସ୍ତାରେ ଅଟକିବା ଦେଖି ଲୋକଙ୍କ ଭିଡ଼ ଜମି ଯାଇଥିଲା।

ଦୋକାନକୁ ଯାଇ ମୋଦୀ ଝାଲମୁଢ଼ି ପ୍ରସ୍ତୁତ ପାଇଁ କହିଥିଲେ। ଏହାପରେ ଉକ୍ତ ଝାଲମୁଢ଼ିୁକୁ ମୋଦୀ ଜମା ହୋଇଥିବା ସ୍ଥାନୀୟ ପିଲାଙ୍କ ମଧ୍ୟରେ ବାଣ୍ଟିବା ସହିତ ନିଜେ ମଧ୍ୟ ତାହାର ମଜା ନେଇଥିଲେ ।  ଏହି ସମୟରେ ଲୋକେ ଘଟଣାସ୍ଥଳରେ ଜମା  ହୋଇ “ଜୟ ଶ୍ରୀ ରାମ” ଏବଂ “ନରେନ୍ଦ୍ର ମୋଦୀ ଜିନ୍ଦାବାଦ”ର ନାରା ଦେଇଥିଲେ।

ମୋଦୀ ଅଟକି ଥିବା ଦୋକାନୀ ଜଣକ ବିହାରର ଗୟା ଜିଲ୍ଲାର ବାସିନ୍ଦା। ନାମ ତାଙ୍କର ବିକ୍ରମ ସାହ। ସେ ଦୀର୍ଘ ୧୨ ବର୍ଷ ହେବ ଝାଲମୁଢ଼ୀ ବ୍ୟବସାୟ କରି ଆସୁଛନ୍ତି।  ମୋଦୀଙ୍କୁ ନିଜ ଆଖି ସାମ୍ନାରେ ହଠାତ ଦେଖିବା ଅନୁଭବକୁ ବଖାଣି ଦୋକାନୀ ବିକ୍ରମ ସାହ କହିଛନ୍ତି, “ମୋଦୀ ଦୋକାନରେ ପହଞ୍ଚି ମୋତେ ଭଲ ଝାଲମୁଢ଼ୀ ତିଆରି କରିବାକୁ କହିଥିଲେ। ଖୁସିରେ ମୋର ଗୋଡ଼ ତଳେ ଲାଗୁ ନଥିଲା ହାତ ଥରିବାକୁ ଲାଗିଥିଲା। ତାପରେ ମୁଁ ଲଙ୍କା, ମସଲା ଏବଂ ଆଚାର ସହିତ ଝାଲମୁଢ଼ୀ ପ୍ରସ୍ତୁତ କରି ମୋଦୀଙ୍କ ହାତକୁ ବଢ଼ାଇ ଦେଇଥିଲି। ମୋଦୀ ବି ମୋ ହାତର ଝାଲମୁଢ଼ୀକୁ ଖାଇ ସ୍ବାଦର ଖୁବ ପ୍ରଶଂସା କରିଥିଲେ।’

Leave a comment