ମୁହଁରେ ହେଉଥିବା ବ୍ରଣ ଓ ତ୍ୱଚା ସମ୍ୱନ୍ଧୀୟ ରୋଗକୁ ଭଲ କରିଥାଏ ପାଳଙ୍ଗ ଶାଗ

ପ୍ରତ୍ୟେକ ଦିନ ଶାଗ ଖାଇବା ଭଲ । ସେଥିପାଇଁ ଅନେକ ଲୋକଙ୍କ ଘରେ ପ୍ରତି ଦିନ ଶାଗର କିଛି ଡିସ ତିଆରି କରାଯାଏ । ଶୀତ ଦିନେ ମାର୍କେଟରେ ପ୍ରଚୁର ପରିମାଣରେ ପାଳଙ୍ଗ ଶାଗ ମିଳେ । କିନ୍ତୁ ଏବେ ବର୍ଷସାରା ପାଳଙ୍ଗ ଶାଗ ମାର୍କେଟରେ ମିଳୁଛି । ଯାହାକୁ ଆପଣ ତରକାରୀ ଭଜା କରି ଖାଇପାରିବେ । ନଚେତ ସୁପ୍‌ ଓ ଜୁସ୍‌ ତିଆରି କରି ପିଇପାରିବେ। ତା’ହେଲେ ଆସନ୍ତୁ ଜାଣିବା ପାଳଙ୍ଗ ଶାଗ ଖାଇଲେ କ’ଣ ସବୁ ଉପକାର ମିଳିଥାଏ ଶରୀରକୁ ।

ମୁହଁରେ ହେଉଥିବା ବ୍ରଣ ଓ ତ୍ୱଚା ସମ୍ୱନ୍ଧୀୟ ରୋଗକୁ ଭଲ କରିଥାଏ ପାଳଙ୍ଗ ଶାଗ । ଏଥିରେ ଥିବା ଆଇରନ୍‌, ଭିଟାମିନ୍‌ ଏ, ଫୋଲେଟ୍‌, ଭିଟାମିନ୍‌ ଇ, ମ୍ୟାଗ୍ନେସିୟମ୍‌, ଫାଇବର୍‌ ଓ ପ୍ରୋଟିନ୍‌ ତ୍ୱଚା ପାଇଁ ବେଶ୍‌ ଦରକାରୀ ଓ ଲାଭକାରୀ। ଏହି ସମସ୍ତ ତତ୍ତ୍ୱ ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବା ସହିତ ହାନିକାରକ ବ୍ୟାକ୍ଟେରିଆ ଠାରୁ ତ୍ୱଚାକୁ ରକ୍ଷା କରିଥାଏ । ଫଳରେ ତ୍ୱଚାରେ ଚମକ ଆସିଥାଏ । ଆଉ ଚେହେରାରେ ଗ୍ଲୋ ବଢ଼ିଥାଏ ।
ପ୍ରତିଦିନ ପାଳଙ୍ଗ ଶାଗ ଖାଇବା ଦ୍ୱାରା ଆପଣଙ୍କ ତ୍ୱଚା ନରମ ହୋଇଥାଏ । ଶରୀରରେ ହେଉଥିବା ଜଳାପୋଡ଼ା ଓ ଯନ୍ତ୍ରଣାକୁ କମ କରିବାରେ ସାହାଯ୍ୟ କରେ ପାଳଙ୍ଗ । କାରଣ ପାଳଙ୍ଗରେ ପ୍ରଚୁର ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଇରନ୍‌ ରହିଛି। ଏହା ଅଷ୍ଟିଓଆର୍ଥରାଇଟିସ୍‌ ରୋଗକୁ କମ୍ କରିଥାଏ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ପାଳଙ୍ଗରେ ଥିବା ଆଇରନ୍‌ ଓ ମ୍ୟାଗ୍ନେସିୟମ୍‌ ଷ୍ଟ୍ରେସ୍ ଦୂର କରିବାରେ ସାହାଯ୍ୟ କରେ ।
ପାଳଙ୍ଗ ଶାଗ ଖାଇଲେ ଛୋଟ ପିଲାଙ୍କର ବୁଦ୍ଧି ତୀକ୍ଷ୍ଣ ହେବା ସହିତ ସ୍ମରଣ ଶକ୍ତି ବଢ଼େ । ପାଳଙ୍ଗରେ ଫାଇବର୍‌ ରହିଥାଏ । ଯାହାକି କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ । ଏହି ସବୁ କାରଣରୁ ଆପଣ ବି ପ୍ରତ୍ୟେକ ଦିନ ପାଳଙ୍ଗ ଶାଗ ନିଜ ଡାଏଟରେ ସାମିଲ କରନ୍ତୁ ।

Leave a comment