ପଇଡ଼ ପାଣିର ଲାଭକାରୀ ଗୁଣ

ପଇଡ଼ ପାଣିରେ ଅନେକ ପୋଷକ ତତ୍ତ୍ବ ଥାଏ । ଏଥିରେ ସୋଡିୟମ୍,ପୋଟାସିୟମ୍, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭରପୁର ମାତ୍ରାରେ ରହିଥାଏ । ସେଥିରୁ ଇଲେକ୍ଟ୍ରୋଲାଇଟ୍ସ ମଧ୍ୟ ମିଳିଥାଏ । ଡିହାଇଡ୍ରେସନ୍ ଭଳି ସମସ୍ୟା ପାଇଁ ବେଷ୍ଟ ପଇଡ଼ ପାଣି । ପଇଡ ପାଣି ପାଣି ଭଳି ଏହାର ନାଳି ମଧ୍ୟ ଆମ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ । ଏହା ଯେତିକି ସ୍ବାଦିଷ୍ଟ ସେତିକି ହିତକର ହୋଇଥାଏ । ଭିଟାମିନ୍ ସି, ଇ, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍ ଏବଂ ଫସଫରସ୍ ପରି ପୁଷ୍ଟିକର ଖାଦ୍ୟ ନଡ଼ିଆ ନାଳିରେ ମିଳିଥାଏ ଯାହା ଆପଣଙ୍କ ଶରୀରର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଆସନ୍ତୁ ଏହାର ଲାଭକାରୀ ଗୁଣ ସମ୍ପର୍କରେ ଜାଣିବା ।

ଇମ୍ୟୁନିଟି ବଢ଼ାଇଥାଏ : ଇମ୍ୟୁନିଟି ବଢ଼ାଇବା ପାଇଁ ନଡ଼ିଆର ନାଳି ଖାଇବା ବହୁତ ଲାଭଦାୟକ ହୋଇଥାଏ । ନଡ଼ିଆ ନାଳିରେ ଥିବା ଏଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟିଇନଫ୍ଲାମେଟରୀ ଗୁଣ ଥିବାରୁ ଏହା ଇମ୍ୟୁନିଟି ବଢ଼ାଇବାରେ ସାହାଯ୍ୟ କରିଥାଏ । ଇମ୍ୟୁନିଟି ପାୱାର ବଢ଼ାଇବା ପାଇଁ ନାଳି ନଡ଼ିଆ ନିଶ୍ଚୟ ଖାଆନ୍ତୁ ।

ପାଚନ ତନ୍ତ୍ର ସୁସ୍ଥ ରଖିଥାଏ : ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖିବା ପାଇଁ ନଡିଆର ନାଳି ବହୁତ ଲାଭାକାରୀ ହୋଇଥାଏ । ଏଥିରେ ଭରପୁର ମାତ୍ରାରେ ଫାଇବର ରହିଥାଏ । ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । ଏହା ପାଚନ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

ହାର୍ଟ ସୁସ୍ଥ ରଖିଥାଏ : ହାର୍ଟ ସୁସ୍ଥ ରଖିବା ପାଇଁ ନଡିଆ ନାଳି ବହୁତ ପ୍ରଭାବଶାଳୀ ହୋଇଥାଏ । ନାଳି ନଡ଼ିଆରେ ସାଚୁରେଟେଡ ଫ୍ୟାଟ ରହିଥାଏ । ଯାହା ହାର୍ଟ ପାଇଁ ବହୁତ ଫଳପ୍ରଦ ହୋଇଥାଏ । କାରଣ ଏହି ଫ୍ୟାଟ ଭଲ କୋଲେଷ୍ଟ୍ରୋଲକୁ ବଢ଼ାଇଥାଏ ଓ ଖରାପ କୋଲେଷ୍ଟ୍ରୋଲକୁ କମାଇଥାଏ ।

ଓଜନ ହ୍ରାସ କରେ : ନଡ଼ିଆ ନାଳି ଖାଇଵା ଦ୍ଵାରା ମୋଟାପଣ କମିଯାଏ । ନଡ଼ିଆ ନାଳିରେ ଅଧିକ ପରିମାଣରେ ଚର୍ବି ଥାଏ । କିନ୍ତୁ ଏଥିରେ ସୁସ୍ଥ ଚର୍ବି ଥାଏ ଏବଂ ଏଥିରେ ଥିବା ପୋଷକ ତତ୍ତ୍ୱ ଆପଣଙ୍କ ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂରା ରଖେ । ଫଳରେ ଆପଣଙ୍କୁ ଶୀଘ୍ର ଭୋକିଲା ଅନୁଭବ ହେବାକୁ ଦେଇନଥାଏ ଏବଂ ଓଜନ କମ୍ କରିବାରେ ବଡ଼ ଭୂମିକା ଗ୍ରହଣ କରିଥାଏ ।

ଗର୍ଭବତୀଙ୍କ ପାଇଁ ଲାଭଦାୟକ : ନଡ଼ିଆ ନାଳିରେ ଥିବା ଫାଇବର, ପୋଟାସିୟମ୍, ଆଇରନ୍ ଏବଂ ସୁସ୍ଥ ଚର୍ବି ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ । ନଡିଆ ନାଳି ଖାଇବା ଦ୍ୱାରା ଗର୍ଭବତୀ ମହିଳାମାନଙ୍କୁ ସମସ୍ତ ରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ । ତେଣୁ ଗର୍ଭବତୀ ମହିଳାଙ୍କ ପାଇଁ ଏହା ଭଲ ବିକଳ୍ପ ।

Leave a comment