ଆଜି ଅଶୋକାଷ୍ଟମୀ,ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଆଜି ଅଶୋକାଷ୍ଟମୀ, ଗଡ଼ିବ ରୁକୁଣା ରଥ। ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଲିଙ୍ଗରାଜଙ୍କ ଅପେକ୍ଷାରେ ରହିଛି ରଥ। ରଥରେ ବିରାଜିବେ ମା’ରୁକ୍ମିଣୀ ଓ ପ୍ରଭୁ ବାସୁଦେବ। ଶ୍ରଦ୍ଧାଳୁମାନେ ସେହି ମୁହୂର୍ତ୍ତକୁ ଚାହିଁ ରହିଛନ୍ତି କେତେବେଳେ ଏକାମ୍ର ଅଧିପତି ମନ୍ଦିରରୁ ବାହାରି ରଥରେ ବିରାଜମାନ କରିବେ। ଦିନ ୧୦ଟା ୪୫ରୁ ପହଣ୍ଡି, ୨ଟା ୩୦ରେ ରଥଟଣା ନୀତି ଆରମ୍ଭ ହେବ । ରଥ କାଳିସ ଠାକୁରଙ୍କ ଆଜ୍ଞାମାଳ ପାଇବା ପରେ ଆରମ୍ଭ ହେବ ରଥ ଟଣା । ମୁଗ ଡାଲି, ଅନ୍ନ ଖାଇ ରଥକୁ ବିରାଜିବେ ଶ୍ରୀଲିଙ୍ଗରାଜ।

ଗତ ମାସରେ ସେବାୟତଙ୍କ ବିବାଦ ଯୋଗୁ ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ହୋଇପାରିନଥିଲା । ଅଧାରୁ ଅଟକିଯାଇଥିଲା ନୀତିକାନ୍ତି । ଦୀର୍ଘ ୧୨ବର୍ଷ ଧରି ବନ୍ଦ ରହିଥିବା ଏହି ପାରମ୍ପରିକ ଯାତ୍ରାକୁ ପୁଣିଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ସେବାୟତଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଯାତ୍ରା ସମ୍ପନ୍ନ ହୋଇପାରିନଥିଲା । ଯାତ୍ରା ପରମ୍ପରା ଅନୁଯାୟୀ ମହାପ୍ରଭୁ ଲିଙ୍ଗରାଜ କପିଳଶ୍ୱର ମନ୍ଦିରକୁ ଯାଇପାରିନଥିଲେ । ବିବାଦ ଯୋଗୁ କପିଳେଶ୍ୱର ଉପାସରେ ମଧ୍ୟ ରହିଥିଲେ ।

Leave a comment