ଭିଟର ୨୦୨୬ ବ୍ୟାଚ୍‌ର ୧୦ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁୁ  ମିଳିଲା ନିଯୁକ୍ତି 

ଭିଟର ୨୦୨୬ ବ୍ୟାଚ୍‌ର ୧୦ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁୁ   ନିଯୁକ୍ତି  ପ୍ରସ୍ତାବ ମିଳିଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଲଗାତାର ଚତୁର୍ଥ ବର୍ଷ ପାଇଁ ଏହା କ୍ୟାମ୍ପସ ନିଯୁକ୍ତିରେ ଏଭଳି ସଫଳତା ପାଇଛି। ଭିଟ୍‌ରେ ଶିକ୍ଷାଦାନ ପଦ୍ଧତି ଓ ଶିଳ୍ପର ଆବଶ୍ୟକତା ମଧ୍ୟରେ ରହିଥିବା ଅନ୍ତରକୁ ଠିକ୍‌ ଭାବେ ଦୂର କରାଯାଉଥିବାର ଏହା ଏକ ପ୍ରମାଣ। ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ୭୦୧ଟି କମ୍ପାନିଠାରୁ ୧୦,‌୦୭୧ ନିଯୁକ୍ତି ପ୍ରସ୍ତାବ ହାସଲ କରିଛନ୍ତି। ଜଣେ ବିଦ୍ୟାର୍ଥୀଙ୍କୁ ୧ କୋଟି ଟଙ୍କାର ବେତନ ପ୍ୟାକେଜ୍‌ ପ୍ରଦାନ କରାଯାଇଛି। ୬୯୬ ଜଣ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କାରୁ ଅଧିକ, ୨୨୯୨ ଜଣଙ୍କୁ ୧୦ ଲକ୍ଷ ଟଙ୍କାରୁ ଅଧିକ ଓ ୩,୩୩୩ ଜଣ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୬ ଲକ୍ଷ ଟଙ୍କାରୁ ଅଧିକ ବେତନ ପ୍ୟାକେଜ୍‌ର ପ୍ରସ୍ତାବ ଦିଆଯାଇଛି। ଭିଟ୍‌ ନିୟମିତ ଭାବେ ଶିଳ୍ପ ଜଗତର ଆବଶ୍ୟକତା ଅନୁସାରେ ଛାତ୍ରଛାତ୍ରୀ ସୃଷ୍ଟି କରୁଛି। ଏହା ଶିକ୍ଷା ଓ ନିଯୁକ୍ତି ଭିତରେ ଥିବା ଅନ୍ତରକୁ ଦୂର କରୁଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଉଛି।

Leave a comment