କଟକ ବଡ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ଘଟଣାରେ ୪ଜଣଙ୍କୁ ନିଲମ୍ବନ କରାଯାଇଛି। କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣା ସାରା ରାଜ୍ୟରେ ସରକାରଙ୍କ ପାରିବ ପଣିଆ ଉପରେ ପ୍ରଶ୍ନ ଉଠାଇଥିଲା। ଆଜି ସରକାର ଏହା ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ବଡ଼ ୪ଜଣଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ଅଧିକାରୀ ମାନେ ହେଲେ କଟକ ସର୍କଲର ଡେପୁଟି ଫାୟାର ଅଫିସର ପ୍ରକାଶ ଜେନା, ଆସିଷ୍ଟାଣ୍ଟ ଫାୟାର ଅଫିସର ସଂଜୀବ ବେହେରା, ଏସସିବି ମେଡିକାଲ ଓ ହସ୍ପିଟାଲର ଷ୍ଟେସନ ଅଫିସର ଅଭିନବ ପୃଷ୍ଟି ଓ ଏସସିବି ସବଡ଼ିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜନ ବିଶ୍ୱାଳ।ଗତ ରବିବାର ରାତିରେ ଏସସିବି ମେଡିକାଲ ଟ୍ରମା କେୟାର ଆଇସିୟୁରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ଘଟିବା ସମୟରେ ଟ୍ରମା କେୟାର ଆଇସିୟୁରେ ୨୩ ଜଣ ରୋଗୀ ଥିଲେ। ଘଟଣାରେ ଏପର୍ଯ୍ୟନ୍ତ ଦଶରୁ ଅଧିକ ରୋଗୀଙ୍କ ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡ ପରେ ଆୟୁସିୟୁରେ ସାଂଘାତିକ ସ୍ଥିତି ଉପୁଜିଥିଲା। ଗୁରୁତର ରୋଗୀଙ୍କୁ ନ୍ୟୁ ମେଡିସିନ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣା ଘଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏସସିବିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା କରିଥିଲେ। ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଆଜି ପୁଣି ନନ ଟ୍ରମା କାଜୁଆଲଟିରେ ନିଆଁ ଲାଗିଥିଲା। ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବାବେଳେ ରୋଗୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନନ ଟ୍ରମା କାଜୁଆଲଟିରେ ଶହେରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିଲେ। ଧୂଆଁ ବାହାରିବା କାରଣରୁ ସ୍ମୋକ ଡିଟେକ୍ଟର ଅକ୍ଟିଭ ହୋଇଯାଇଥିଲା। ସଠିକ ସମୟରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏକ ପ୍ୟାନେଲ ବୋର୍ଡରେ ସର୍ଟସର୍କିଟ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି।
Trending
- ଓଡ଼ିଶାରେ ସଡକ ଦୁର୍ଘଟଣାରେ ପ୍ରତିଦିନ ହାରାହାରି ୧୮ ଜଣ ବ୍ୟକ୍ତି ପ୍ରାଣ ହରାଉଛନ୍ତି: ସଡ଼ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା
- କଟକ ବଡ ମେଡିକାଲ ଅଗ୍ନିକାଣ୍ଡ ଘଟଣା: ୪ଜଣଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର
- ଦିଲ୍ଲୀର ପାଲମ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ: 3 ଶିଶୁ ସମେତ ୭ ମୃତ
- ରାଜ୍ୟସଭା ନିର୍ବାଚନ: କ୍ରସ ଭୋଟିଂ କରିବା ନେଇ ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ବିଜେଡ଼ି
- “ଅପରେସନ ସାଇବର କବଚ”ରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଓଡ଼ିଶା ପୋଲିସ
- ମହଙ୍ଗା ପଡିଲା ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ,ନିଲମ୍ବିତ ହେଲେ କଂଗ୍ରେସର ୩ ବିଧାୟକ
- ସରିଛି ରାଜ୍ୟସଭା ନିର୍ବାଚନ, ୩ ରାଜ୍ୟସଭା ଆସନ ହାତେଇବାରେ ସଫଳ ହେଲା ବିଜେପି
- ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ରାଜ୍ୟସଭା ଭୋଟିଂ : ଜଣେ କି ଦୁଇ ଜଣ ନୁହେଁ ୧୧ ଜଣ ବିଧାୟକ ଏବଂ ବିଧାୟିକା କ୍ରସ ଭୋଟିଂ କରିଥିବା ଜଣା ପଡ଼ିଛି
- ଶେଷ ବିଦାୟ ନେଲା ହରିଶ ରାଣା ,ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
- ରାଜ୍ୟସଭା ନିର୍ବାଚନ: ବିଜେଡି ଶିବିରରେ କ୍ରସ୍ ଭୋଟିଂ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଆଭିମୁଖ୍ୟକୁ ନେଇ ସନ୍ଦେହ ବଢ଼ିଛି