ଅଧିକ ସୋଡିୟମ୍ ଥିବା ଖାଦ୍ୟ ଶରୀର ପାଇଁ କ୍ଷତିକାରକ

ଛୋଟ ପିଲା ମାନଙ୍କ ଖାଦ୍ୟ ଖାଇବାକୁ ନେଇ ସର୍ବଦା ପିତାମାତାମାନେ ଦ୍ଵନ୍ଦ୍ଵ ଥାଆନ୍ତି। କିଛି ଲୋକ ୬ ମାସ ପରେ ପିଲାମାନଙ୍କୁ ଖାଦ୍ୟ ଏବଂ ଲୁଣ ଖାଇବାକୁ ଦେବା ଆରମ୍ଭ କରନ୍ତି, କିନ୍ତୁ ବିଶେଷଜ୍ଞମାନେ ଏପରି ନ କରିବାକୁ ପରାମର୍ଶ ଦିଅନ୍ତି। ବର୍ଷେ ପୂର୍ବରୁ ପିଲାମାନଙ୍କ ଖାଦ୍ୟରେ ଲୁଣ ଦେବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଅଧିକ ସୋଡିୟମ୍ ଥିବା ଖାଦ୍ୟ ସେମାନଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ।

ତେବେ ଆସନ୍ତୁ ଜାଣିବା ବର୍ଷେ ପୂର୍ବରୁ ପିଲାମାନଙ୍କୁ କାହିଁକି ଲୁଣ ଦେବା ଉଚିତ୍ ନୁହେଁ?
୧-କିଡ୍‌ନୀ ଉପରେ ଚାପ – ଛୋଟ ପିଲାମାନଙ୍କର କିଡ୍‌ନୀ ସମ୍ପୂର୍ଣ୍ଣ ବିକଶିତ ହୋଇନଥାଏ। ଯଦି ପିଲାଟି ଲୁଣ ଖାଏ, ତେବେ କିଡ୍‌ନୀ ଉପରେ ଅଧିକ ଚାପ ପଡ଼ିଥାଏ।
୨- ଉଚ୍ଚ ରକ୍ତଚାପର ଆଶଙ୍କା – କମ୍ ବୟସରେ ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ପରବର୍ତ୍ତୀ ସମୟରେ ଉଚ୍ଚ ରକ୍ତଚାପର ଆଶଙ୍କା ବଢ଼ିପାରେ।
୩-ଡିହାଇଡ୍ରେସନ୍ ସମସ୍ୟା – ଛୋଟ ପିଲାମାନଙ୍କର ଶରୀରରେ ଜଳର ସନ୍ତୁଳନ ଶୀଘ୍ର କମିଥାଏ। ଅତ୍ୟଧିକ ଲୁଣ ଖାଇଲେ ଶରୀରରେ ପାଣିର ଆବଶ୍ୟକତା ବଢ଼ିଯାଏ ଏବଂ ଡିହାଇଡ୍ରେସନ୍ ହୋଇପାରେ।

Leave a comment