ସେୟାର ବଜାରରେ ବ୍ଲଡବାଥ । ତେଲ ଦର ବୃଦ୍ଧି ଯୋଗୁଁ ସେନସେକ୍ସ ୨୫୦୦ ପଏଣ୍ଟ ହ୍ରାସ । କିଛି କ୍ଷଣରେ ନିବେଶକଙ୍କ କୋଟି କୋଟି ଟଙ୍କା ବୁଡ଼ିଲା! । ଇରାନ ଯୁଦ୍ଧ ଓ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହେବା ଯୋଗୁଁ ଭାରତୀୟ ଶେୟାର ବଜାରରେ ଭୟଙ୍କର ହ୍ରାସ ଦେଖିବାକୁ ମିଳିଛି । କାରବାର ମଧ୍ୟରେ ସେନସେକ୍ସ ୨ ହଜାର ୫୦୦ ପଏଣ୍ଟରୁ ଅଧିକ ଖସିଛି । ଏହା ନିବେଶକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଇରାନ ଏବଂ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଭୟ ସୃଷ୍ଟି ହୋଇଛି । ଯୋଗାଣ ବାଧାପ୍ରାପ୍ତ ହେବାରୁ ବିଦେଶୀ ନିବେଶକ ତରବରିଆ ଭାବେ ନିଜର ଟଙ୍କା ବାହାର କରିନେଉଛନ୍ତି ।
ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୮ ଡଲାର ଟପିଯାଇଛି । ଭାରତ ଏକ ଆମଦାନୀକାରୀ ଦେଶ ହୋଇଥିବାରୁ, ତେଲ ଦର ବଢ଼ିଲେ ଅର୍ଥନୀତି ଉପରେ ଚାପ ପଡ଼ିବ ବୋଲି ଆଶଙ୍କା କରାଯାଉଛି । କେବଳ ଭାରତ ନୁହେଁ, ଆମେରିକାର ଡାଓ ଜୋନ୍ସ, ଜାପାନ ଓ ଦକ୍ଷିଣ କୋରିଆର ବଜାର ମଧ୍ୟ ୫ରୁ ୧୦% ପର୍ଯ୍ୟନ୍ତ ହ୍ରାସ ପାଇଛି । ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ବହୁତ କମିଛି । ଯାହା ଶେୟାର ବଜାରକୁ ଆହୁରି ଦୁର୍ବଳ କରିଛି । ବିଶେଷ କରି ତେଲ ସହ ଜଡ଼ିତ ସେକ୍ଟର ଯଥା- ପେଣ୍ଟ, ବିମାନ ସେବା (Aviation), ଟାୟାର ଏବଂ ଅଟୋମୋବାଇଲ୍ କମ୍ପାନୀଗୁଡ଼ିକର ଶେୟାର ଦାମ୍ ବହୁତ କମିଛି । ଏହାବ୍ୟତୀତ ଆଇଟି IT ଓ ମେଟାଲ୍ ସେକ୍ଟର ମଧ୍ୟ ବହୁତ କ୍ଷତି ସହିଛନ୍ତି ।