ଆରମ୍ଭ ହୋଇଛି ମହାପ୍ରଭୁ ଶୀଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ମୃଦଙ୍ଗ ଏବଂ ଖୋଳ ଝାଞ୍ଜର ମିଶ୍ରଣରେ ଝଙ୍କୁରିତ ହେଉଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମ ଧ୍ୱନି । ଏ ଧ୍ୱନି ହିଁ ସୃଷ୍ଟି କରୁଛି ଏକ ଆଧ୍ୟତ୍ମିକତା ବାତାବରଣ । ବିଭୁ ପ୍ରେମରେ ତଲିନ ହୋଇ ହଜି ଯାଇଛନ୍ତି ଭକ୍ତ । ହଟିଆ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରେମରେ ସବୁ ଆତ୍ମବିଭୋର ହୋଇପଡ଼ିଛନ୍ତି । ସମବେତ ହୋଇଛନ୍ତି ଶତାଧିକ ଶ୍ରଦ୍ଧାଳୁ । ସେପଟେ ବ୍ରାହ୍ମଣ ପଣ୍ଡିତଙ୍କ ମୁଖରୁ ଅନବରତ ଭାବରେ ନିର୍ଗତ ହେଉଛି ବେଦମନ୍ତ୍ର ।

ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଭଅଁରାଗଡ଼ ଗାଁର ଦୃଶ୍ୟ । ଦୀର୍ଘ ବର୍ଷ ଧରି ନିର୍ମାଣ ଚାଳିଥିବା ମହାପ୍ରଭୁ ଶୀଜଗନ୍ନାଥଙ୍କ ମନ୍ଦିର କାର୍ଯ୍ୟ ସମାପନ ହେବା ପରେ ଆରମ୍ଭ ହୋଇଛି ପ୍ରତିଷ୍ଠା ଉତ୍ସବ । ନବକଳେବର ସମୟରେ ଏଠାରେ ଏକ ନିମ ବୃକ୍ଷ ରହିଥିବାବେଳେ ଏହାକୁ ମହାପ୍ରଭୁଙ୍କ ଦଇତା ପତି ଦାରୁ ପାଇଁ ଦେଖିଥିଲେ । ତେବେ ଦାରୁ ନ ହେବାରୁ ଏହାକୁ ପୂଜା କରିବା ପାଇଁ ପରାମର୍ଶ ଦେଇଥିଲେ । ଗ୍ରାମବାସୀମାନେ ଏହାକୁ ଦୀର୍ଘ ଦିନ ଧରି ପୂଜା କରିବା ପରେ ଶେଷରେ ଏଠାରେ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ମନସ୍ତ କରିବା ପରେ ଆଜି ତାହା ପରିପୂର୍ଣ୍ଣ  ହୋଇଛି । ଯାହାକୁ ନେଇ ଗ୍ରାମବାସୀ ବେଶ ଖୁସି ଅଛନ୍ତି ।

ଦୀର୍ଘ ଦିନ ଧରି ଗ୍ରାମବାସୀ ଏବଂ ଅଞ୍ଚଳର ଅନେକ ଭକ୍ତଙ୍କ ସହଯୋଗରେ ମନ୍ଦିର ନିର୍ମାଣ କରାଯାଇଥିଲା । ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସମସ୍ତେ ସାମିଲ ହୋଇଥିଲେ । ନୂତନ ମନ୍ଦିରରେ ମହାପ୍ରଭୁଙ୍କସମତେ ବଡ଼ ଠାକୁର ଏବଂ ଭଉଣୀ ସୁଭଦ୍ରାଙ୍କୁ ସ୍ଥାପନ କରାଯାଇଛି । ଏହା ସହିତ ପତିତପାବନ, ମା’ ଲକ୍ଷ୍ମୀ ବିମଳା, ଗଣେଷଙ୍କ ମନ୍ଦିର ନିର୍ମାଣ କରାଯିବା ସହିତ ମହାପ୍ରଭୁଙ୍କ ସ୍ନାନଯାତ୍ରା ନିମନ୍ତେ ସ୍ନାନ ମଣ୍ଡପ ନିର୍ମାଣ କରାଯାଇଛି । ଏହାପରେ ଆନ୍ଦନ ବଜାର ନିର୍ମାଣ କରାଯିବ ବୋଲି ଗ୍ରାମବାସୀମାନେ କହିଥିବାବେଳେ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଏକାଠି ହୋଇଥିଲେ ସମସ୍ତେ । ମନରେ ରାଗ ରୋଷ କି ଅଂହ ଭାବ ନ ଥିଲା । ସମସ୍ତଙ୍କ ମନରେ ଥିଲା ଭକ୍ତି ଭାବ ।ଭକ୍ତି ଭାବରେ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଯୋଡ଼ି ହୋଇଥିଲା ଏକ ସମ୍ପର୍କର ସେତୁ । ବିଭୁ ପ୍ରେମରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ  । ଏଭଳି ଏକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶ୍ରଦ୍ଧାଳୁମାନଙ୍କ ମନରେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା କଷ୍ଟକୁ ଦୂର କରିପାରିଛି ।

Leave a comment