ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି ର ଅର୍ଥ ଗଣତି ଆରମ୍ଭ
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି ର ଅର୍ଥ ଗଣତି ଆରମ୍ଭ ହୋଇଛି। ଆଜି ବିଭିନ୍ନ ସାମାଜିକ ସଂଗଠନର ମହିଳା ମାନେ ଗଣତି କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି। ମାଁଙ୍କ ପୂଜାର୍ଚ୍ଚନା ପରେ ୬ ମାସ ବ୍ୟବଧାନରେ ଆଜି ରାଜସ୍ୱ ବିଭାଗ ଅଧିକାରୀଙ୍କ ଉପସ୍ଥିତରେ ଦାନ ହୁଣ୍ଡି ଖୋଲାଯାଇଥିଲା।
ଗତଥର ହୁଣ୍ଡିରୁ ନଗଦ ୧ କୋଟି,୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା,୨ କେଜି ୫୦୫ ଗ୍ରାମ ରୂପା ଓ ୩୮ ଗ୍ରାମ ସୁନା ବାହାରିବା ସହ ସଂଗ୍ରହ ସମସ୍ତ ଅର୍ଥ ଓ ସୁନା ରୂପା ମନ୍ଦୀର ପରିସରରୁ ମଝିଘରିଆଣୀ ଟ୍ରଷ୍ଟର ସ୍ବତନ୍ତ୍ର ବସରେ ବ୍ୟାଙ୍କ କୁ ସ୍ଥାନାନ୍ତର କରାଗଲା। ଆଜିର ଗଣତି ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରାୟ ୨୫୦ ଜଣ ମହିଳା ସାମିଲ ହୋଇଛି। ଆଜିର ଦାନ ଅର୍ଥ ୟୁନିୟନ୍ ବ୍ୟାଙ୍କରେ ଜମାକରାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।