ମେଟ୍ରୋ ଟିଭି ଓଡିଶା ( ୩. ୫.୨୦୨୨ )
ଗତ କିଛିଦିନ ଧରି ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରବଳ ଗରମ ଅନୁଭୂତ ହେବାରେ ଲାଗିଛି । ତେବେ ଅଧିକ ସମୟ ଧରି ତାତିରେ କଲବଲ ହୋଇ ଆସୁଥିବା ରାଜ୍ୟବାସୀ ଏଥିରୁ ଏବେ ନିସ୍ତାର ପାଇବେ । ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ ସହ କିଛି ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ପ୍ରବଳ ଝଡ଼ ବର୍ଷା ଆସିବା ପରେ ମୌସମୀ ପରିବର୍ତ୍ତନ ହୋଇଯିବ । ଫଳରେ ଆସନ୍ତା ତିନି ଦିନ ମଧ୍ୟରେ ୨-୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଏପରି ପୂର୍ବାନୁମାନ କରାଯାଇଛି ।

ଆଇଏମଡି ଅନୁଯାୟୀ, ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ ପରି କିଛି ରାଜ୍ୟରେ ମେ ୩ ଓ ୪ ତାରିଖରେ ଝଡ଼ ବର୍ଷା ସମ୍ଭାବନା ରହିଛି । ଉତ୍ତରପ୍ରଦେଶ ଓ ରାଜସ୍ଥାନର କିଛି ଅଂଶରେ ମଧ୍ୟ ମୌସୁମୀର ପ୍ରଭାବ ଦେଖିବାକୁ ମିଳିପାରେ । ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୫ ତାରିଖରେ ଲୋ-ପ୍ରେସର କ୍ଷେତ୍ର ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତାକାଲି ଉତ୍ତର-ପୂର୍ବାଞ୍ଚଳର ବର୍ଷା ହୋଇପାରେ । ଅସମ, ମେଘାଳୟ, ନାଗାଲ୍ୟାଣ୍ଡ, ମଣିପୁର, ମିଜେରାମ ଓ ତ୍ରିପୁରାରେ ପ୍ରବଳ ବର୍ଷା ହୋଇପାରେ ।