ଜାନୁଆରି ୧ ତାରିଖରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି ଏନେଇ ଗତ ୨୫ ତାରିଖରେ ଡିଏମ୍ଏଫ୍ ସମ୍ମିଳନୀ ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକର ବିବରଣୀ ବାହାରକୁ ଆସିବା ପରେ ବୈଠକରେ ହୋଇଥିବା ଅନେକ କିଛି ନିଷ୍ପତ୍ତି ଏବେ ଚର୍ଚ୍ଚାର ପରିସରକୁ ଆସିଛି। ତେବେ ଏଥର ଦୁଲ୍ଦୁଲି ପାଇଁ ଜିଲ୍ଲାର ସମସ୍ତ ସରକାରୀ ବିଭାଗ, ନିଗମ, ପବ୍ଲିକ ଏଣ୍ଟରପ୍ରାଇଜେସ୍ ଅନ୍ୟୁନ ୧ ଲକ୍ଷ ଟଙ୍କା ଲେଖାଏଁ ସେମାନଙ୍କର ଆଇଇସି ପାଣ୍ଠିରୁ ପ୍ରଦାନ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଉକ୍ତ ଟଙ୍କା ସମ୍ପୃକ୍ତ ବିଭାଗର ପ୍ରଚାରପ୍ରସାର ପାଇଁ ଖର୍ଚ୍ଚ କରାଯିବ ବୋଲି ପ୍ରୋସିଡିଂରେ ଉଲ୍ଲେଖ ରହିଛି। ଅର୍ଥାତ୍ ଜିଲ୍ଲାରେ ଥିବା ୪୨ଟି ସରକାରୀ ବିଭାଗ, ୫ରୁ ଅଧିକ ନିଗମ, ପବ୍ଲିକ ଏଣ୍ଟରପ୍ରାଇଜେସ୍କୁ ମିଶାଇ ସରକାରୀ କଳରୁ କେବଳ ୫୦ ଲକ୍ଷ ଟଙ୍କାରୁ ଅଧିକ ଆଦାୟ ହେବ। ଏହାସହିତ ଜିଲ୍ଲାରେ ଥିବା ଶିଳ୍ପାନୁଷ୍ଠାନ, ମାଇନିଂ ଗ୍ରୁପ୍, କର୍ପୋରେଟ୍ ସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କଗୁଡ଼ିକୁ ମଧ୍ୟ ଆର୍ଥିକ ସହାୟତା ସହ ମହୋତ୍ସବରେ ସାମିଲ୍ ହେବାକୁ ଅନୁରୋଧ କରାଯିବ। ୧୦ ଲକ୍ଷ ଟଙ୍କାରୁ ଅଧିକ ଅନୁଦାନ ଦେଉଥିବା ସଂସ୍ଥାକୁ ଡାଇମଣ୍ଡ ଗ୍ରୁପ୍ରେ, ୫ରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ଅନୁଦାନ ଦେଉଥିବା ସଂସ୍ଥାକୁ ପ୍ଲାଟିନମ୍ ଗ୍ରୁପ୍ରେ ଓ ୨ରୁ୫ ଲକ୍ଷ ଟଙ୍କା ଯାଏ ଅନୁଦାନ ଦେଉଥିବା ଗ୍ରୁପ୍କୁ ଗୋଲ୍ଡେନ୍ ଗ୍ରୁପ୍ରେ ସମ୍ବଦ୍ଧିତ କରାଯିବ। ଚଳିତ ବର୍ଷର ମହୋତ୍ସବକୁ ବିଶାଳ ଆକାରରେ ଆୟୋଜନ । କରାଯିବା ସହ ଜାତୀୟସ୍ତରର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ନାମରେ ନୂଆ ଏକ ବ୍ୟାଙ୍କ୍ ଆକାଉଣ୍ଟ ଖୋଲାଯିବ। ଯାହାକି ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ବାରା ହିଁ ପରିଚାଳିତ ହେବ। ସମସ୍ତ କମିଟି ସେମାନଙ୍କର ବଜେଟ୍ ଫାଇନାନ୍ସ କମିଟି ନିକଟରେ ଦାଖଲ କରିବେ। ଏହି ଆଧାରରେ ଟେଣ୍ଡର କରାଯିବ। ସବୁଠୁ ଗୁରୁତ୍ଵପୂର୍ଣ୍ଣ ହେଉଛି ପ୍ରତି କମିଟିର ନୋଡାଲ୍ ଅଧିକାରୀ ଦାୟିତ୍ବ ଜଣେ ଲେଖାଏ ସରକାରୀ ଅଧିକାରୀଙ୍କୁ ଦିଆଯାଇଥିବା ବେଳେ ଅଧିକରୁ ଅଧିକ ସିଭିଲ ସୋସାଇଟି ସଦସ୍ୟଙ୍କୁ ଏଥିରେ ସାମିଲ୍ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରତି ବିଡିଓ ୨ଟି ଲେଖାଏ ଦଳ ପଠାଇବାର ଦାୟିତ୍ବ ନେବେ । ଭିଆଇପି ଓ ଭିଭିଆଇପିଙ୍କ ପାଇଁ । ଗାଡ଼ିର ବନ୍ଦୋବସ୍ତ ଆର୍ଟିଓ କରିବେ।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ