କଟକର ଶୈବ ପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ । ଭୋର ୪ଟାରୁ ପହଡ ଖୋଲାଯାଇ ୧୦୮ ଗରା କଳସ ଜଳରେ ସ୍ନାନ କରାଯାଇ ମଙ୍ଗଳଆଳତୀ କରାଯାଇଛି । ବାବା ଧବଳେଶ୍ଵର ଶ୍ରଦ୍ଧାଳୁ ମାନଙ୍କୁ ବଡ ସିଂହାର ବେଶରେ ଦର୍ଶନ ଦେଉଛନ୍ତି । ସୁରକ୍ଷା ପାଇଁ ଦୁଇ ଜଣ ଅତିରିକ୍ତ ଏସପିଙ୍କ ସମେତ ଦୁଇ ଜଣ ମାଜିଷ୍ଟ୍ରେଟ, ୧୦୦ ପୁଲିସ ଅଧିକାରୀ,୧୫ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଛି । ସେପଟେ ଆଜି ପୀଠରେ ପଞ୍ଚୁକର ତୃତୀୟ ଦିନ ଏବଂ ଶେଷ ସୋମବାର ମଧ୍ୟ । ତେଣୁ ପୀଠରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।ପଞ୍ଚୁକ ପ୍ରଥମ ଦିନରେ ପୁରୀ ଅସମ୍ଭାଳ ଭିଡ଼ ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ନିଜେ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଭିଡ଼କୁ ଦୃଷ୍ଟିରେ ରଖି ସାରା ରାତି ମହାପ୍ରଭୁଙ୍କୁ ଦର୍ଶନ ଚାଲିଛି । ପଞ୍ଚକର ପ୍ରଥମ ଦିନରେ ଗତକାଲି ଶ୍ରୀମନ୍ଦିର ବାହାରେ ଠେଲା ପେଲା ସ୍ଥିତି ଉପୁଜିବା ପରେ ସ୍ଥିତି ଯାଞ୍ଚ କରିଛନ୍ତି ଡିଜିପି । ପଞ୍ଚୁକର ଅବଶିଷ୍ଟ ୩ ଦିନ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ,ଜନଗହଳି ନିୟନ୍ତ୍ରଣ ,ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ନେଇ ସେ ଅନୁଧ୍ୟାନ କରିଛନ୍ତି । ଶ୍ରଦ୍ଧାଳୁ କେବଳ ସିଂହଦ୍ଵାର ଦେଇ ପ୍ରବେଶ କରି ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ତାନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଭକ୍ତ ପୁର୍ନବାର ସିଂହଦ୍ଵାର ଦେଇ ପ୍ରସ୍ଥାନ ନକରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି। ସେହିପରି ପ୍ରୋଟୋକଲ୍ ରାସ୍ତା ଏବଂ ଗଳାବାଟରେ ଭକ୍ତମାନେ ନଯିବା ପାଇଁ ମୁଖ୍ୟ ପ୍ରଶାସକଙ୍କ ଅନୁରୋଧ । ନିୟମ ମାନି ଶୃଙ୍ଖଳିତ ଦର୍ଶନ କରନ୍ତୁ ଭକ୍ତ । ପଞ୍ଚୁକ ପ୍ରଥମ ଦିନ ଜଗୁଁ ଅସମ୍ଭବ ଭିଡ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା