ବିହାରରେ ବିଧାନସଭା ନିର୍ବାଚନ ନେଇ ଆଜି ଦିନକୁ ସୁପର ଶନିବାର କୁହାଯାଉଛି । ଏନଡିଏ ସମେତ ମହାଗଠବନ୍ଧନର ବଡ଼ ନେତାମାନେ ମାରାଥନ ପ୍ରଚାର କରିଛନ୍ତି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ପ୍ରିୟଙ୍କା ଆଜି ଦୁଇଟି ନିର୍ବାଚନୀ ରାଲିରେ ଯୋଗଦେବାର ଥିଲେ ମଧ୍ୟ ବର୍ଷା ଯୋଗୁ ଗୋଟିଏ ରାଲି ବାତିଲ ହୋଇଛି ।ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପ୍ରଚାର ପାଇଁ ମଝିରେ ଆଉ ମାତ୍ର ତିନିଦିନ । ଏନଡିଏ ଏବଂ ମହାଗଠବନ୍ଧନର ନେତାମାନେ ଜୋରଦାର ପ୍ରଚାର ଚଳାଇଛନ୍ତି । ପ୍ରଥମ ପର୍ଯ୍ୟାୟ ସହ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଚାଲିଛି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ବିହାରରେ ପ୍ରଚାର କରିଛନ୍ତି । ବେଗୁସରାଇର ବଛୱାଡ଼ାରେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ରାଲିରେ ଯୋଗଦେଇଥିଲେ । ଏନଡିଏ ସରକାରକୁ ସମାଲୋଚନା କରି ନୂଆ ବିହାର ଗଠନ ପାଇଁ ମହାଗଠବନ୍ଧନକୁ ଜିତାଇବାକୁ ଲୋକଙ୍କୁ ନିବେଦନ କରିଥିଲେ ପ୍ରିୟଙ୍କା ।ଏନଡିଏ ପକ୍ଷରୁ ଅମିତ ଶାହ ଏବଂ ଜେ.ପି ନଡ୍ଡା ଆଜି ବିହାରର ଏକାଧିକ ସ୍ଥାନରେ ପ୍ରଚାର କରିଥିଲେ । ନୀତୀଶ କୁମାର ମଧୁବନୀ, ଦରଭଙ୍ଗା ଓ ଶିବହରରେ ପ୍ରଚାର କରିଥିବା ବେଳେ ଜେଡିୟୁ ପକ୍ଷରୁ ନୀତୀଶଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଛଡ଼ାଯାଇଛି । ଭିଡିଓରେ ନୀତୀଶ କୁମାର କହିଛନ୍ତି, ୨୦୦୫ରେ ତାଙ୍କ ସରକାର ଆସିବା ପରେ ରାଜ୍ୟରେ ଆଇନଶୃଙ୍ଖଳାରେ ଉନ୍ନତି ଘଟିଛି । ସବୁ ବର୍ଗର ଲୋକଙ୍କ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଡବଲ-ଇଞ୍ଜିନ ସରକାର ଦ୍ୱାରା ବିକାଶ ଜାରି ରଖିବା ପାଇଁ ପୁଣି ଏନଡିଏକୁ ଭୋଟ୍ ଦେବାକୁ ନୀତୀଶ କୁମାର ଅନୁରୋଧ କରିଛନ୍ତି ।ଆରଜେଡି ନେତା ତଥା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଆଜି ୧୬ଟି ନିର୍ବାଚନୀ ରାଲିରେ ଯୋଗଦେଇଥିବା ବେଳେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଧ୍ୟ ମହାଗଠବନ୍ଧନ ପାଇଁ ପ୍ରଚାର କରିଥିଲେ ।
Trending
- ଆସନ୍ତା ୪ ତାରିଖରୁ କ୍ଷୀର ଦର ବୃଦ୍ଧି କରିବ ଓମଫେଡ୍,ଦର ଲିଟର ପିଛା ୨ରୁ ୪ ଟଙ୍କା ବୃଦ୍ଧି
- ବିଜେଡ଼ି ର ଜନସମ୍ପର୍କ ପଦଯାତ୍ରା: ‘ଓଡ଼ିଶା ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି,ପିଲାଙ୍କ ପାଖରେ ବହି ନାହିଁ, ବୁଢ଼ାବୁଢ଼ୀଙ୍କ ପାଇଁ ଭତ୍ତା ନାହିଁ- ନବୀନ
- ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଆଜିଠୁ ପୁଣି ଆରମ୍ଭ ହେଉଛି ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା
- ଗୁଜରାଟ ସମାନ ନାଗରିକ ସଂହିତା କୁ ମିଳିଲା ରାଷ୍ଟ୍ରପତି ସ୍ୱୀକୃତି ,ମହିଳାଙ୍କୁ ମିଳିବ ସମ୍ପୂର୍ଣ୍ଣ ସୁରକ୍ଷା
- ସତ୍ୟ, ଅହିଂସା ଓ ଶାନ୍ତିର ବାର୍ତ୍ତା ଦେଇଥିବା ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଆଜି ପୁଣି ମନେ ପକାଉଛି ସାରା ଦେଶ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି
- ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମାଚ୍ଛରଙ୍କ ସାହସକୁ ସଲାମ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ହିରୋ ବୋଲି କହିବା ସହ ତାଙ୍କ ପାଇଁ ଭାରତ ଗର୍ବିତ ବୋଲି ଉଲ୍ଲେଖ କରିଛନ୍ତି ମୋଦି
- ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କ ପାଇଁ ରାଜ୍ୟ ପୁରସ୍କାର ଘୋଷଣା କରିଛନ୍ତି ଗୁଜରାଟ ସରକାର,୨୫ ଲକ୍ଷ ଟଙ୍କା ଓ ଗୁଜରାଟ ଗରିମା ସମ୍ମାନ ପ୍ରଦାନ କରାଯିବ
- ସିଡବ୍ଲୁସି ଯାହା ନିଷ୍ପତ୍ତି ନେବ ତାହା ମାନିବୁ – ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ
Next Post