ମହାରାଷ୍ଟ୍ର ରାଜନୀତି କିଛିିଦିନ ଧରି ସ୍ଥିର ରହିବା ପରେ ପୁଣି ହଲଚଲ ଆରମ୍ଭ ହୋଇଛି । ଉଦ୍ଧବ ଠାକରେଙ୍କ ଶିବସେନା ଓ ଅଜିତ୍ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଆଗାମୀ ପଞ୍ଚାୟତ ନିର୍ବାଚନରେ ମେଣ୍ଟରେ ଲଢ଼ିବେ ବୋଲି ଔପଚାରିକ ଭାବେ ଘୋଷଣା କରିଛନ୍ତି । ଦୁଇ ଦଳ ମଧ୍ୟରେ ଏଭଳି ନିଷ୍ପତ୍ତି ରାୟଗଡ଼ ଜିଲ୍ଲାର କର୍ଜତରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକ ପରେ ସ୍ଥିର ହୋଇଛି କି,ଜିଲ୍ଲାର ଆଗାମୀ ଜିଲ୍ଲାପରିଷଦ, ପଞ୍ଚାୟତ ସମିତି ଓ ନଗର ପରିଷଦ ନିର୍ବାଚନରେ ମେଣ୍ଟରେ ଲଢିବେ ।ରାୟଗଡ଼ରେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଓ ଅଜିତ ପାୱାରଙ୍କ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ହେବ ରାଜନୈତିକ ଲଢ଼େଇ ଜାରି ରହିଛି । ଏହାକୁ ପାଲକମନ୍ତ୍ରୀ ପଦ ବିବାଦ ବୋଲି ସମସ୍ତେ ଜାଣିଛନ୍ତି । ରାଷ୍ଟ୍ରବାଦୀ କଂଗ୍ରେସ ସାଂସଦ ସୁନିଲ ତଟକରେ ଓ ଏକନାଥ ସିନ୍ଦେ ଗୋଷ୍ଠୀର ନେତା ଭରତ ଗୋଗାବଲେ ମଧ୍ୟରେ ଲଗାତାର ଭାବେ ଆରୋପ ପ୍ରତ୍ୟାରୋପ ଚାଲିଛି । ଯାହାକୁ ନେଇ ଏକନାଥ ସିନ୍ଦେ ଓ ଅଜିତ ପାୱାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଶନିବାର ଦିନ ରେଡିସନ ବ୍ଲୁ ହୋଟେଲରେ ଅଜିତ ପାୱାରଙ୍କ ଦଳର ବରିଷ୍ଠ ନେତା ଓ ଉଦ୍ଧବ ଠାକରେ ଗୋଷ୍ଠୀର ବରିଷ୍ଠ ନେତାଙ୍କ ଏକ ବୈଠକ ହୋଇଥିଲା । ଏଠାରେ ମିଳିତ ଭାବେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନିଆଯାଇଛି । ଗତ ନିର୍ବାଚନରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ସୁଧାକର ଘାରେ ସ୍ୱାଧୀନ ଭାବେ ନିର୍ବାଚନ ଲଢି ଅଳ୍ପ ଭୋଟ ଅନ୍ତରରେ ପରାଜିତ ହୋଇଥିଲେ । ସେହିଭଳି ଉଦ୍ଧବ ଠାକରେଙ୍କ ଶିବସେନା ତରଫରୁ ନୀତିନ ସାୱନ୍ତ ତୃତୀୟ ସ୍ଥାନରେ ଥିଲେ । ଏବେ ଉଭୟ ଦଳ ଏକାଠି ନିର୍ବାଚନ ଲଢି ଏକନାଥ ସିନ୍ଦେ ଗୋଷ୍ଠୀକୁ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛନ୍ତି ।ଉଦ୍ଧବ ଗୋଷ୍ଠୀ ଓ ଅଜିତ୍ ପାୱାର ଗୋଷ୍ଠୀ ମେଣ୍ଟରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେବା ପରେ ଏକନାଥ ସିନ୍ଦେଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି । କାରଣ ଏବେ ବି ରାଜ୍ୟରେ ଏକନାଥ ସିନ୍ଦେଙ୍କ ଶିବସେନା, ଅଜିତ୍ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ବିଜେପି ସହ ମିଳିତ ସରକାରରେ ରହିଛନ୍ତି । ଏକନାଥ ସିନ୍ଦେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦରେ ଥିବା ବେଳେ ଅଜିତ୍ ପାୱାର ଅର୍ଥମନ୍ତ୍ରୀ ପଦରେ ରହିଛନ୍ତି । ଏହି ପଂଚାୟତ ନିର୍ବାଚନ ପାଇଁ ମେଣ୍ଟ ଆଗକୁ ରାଜ୍ୟରେ ଥିବା ମେଣ୍ଟ ସରକାର ଉପରେ ପ୍ରଭାବ ପକାଇବନି ତ ?
Trending
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ