ବିବାଦର ଗୋଟିଏ ଦିନ ପରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ
ବିବାଦର ଗୋଟିଏ ଦିନ ପରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇଛି। ଗୁରୁବାର ସକାଳୁ ମଙ୍ଗଳ ଆଳତୀ ଅବକାଶ ସରିଛି। କିଛି ସମୟ ଭିତରେ କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ ସୂଚନା ଦେଇଛନ୍ତି।
ଚଳିତ ବର୍ଷ ମଧ୍ୟ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଶିବ ପବିତ୍ରାରୋପଣ ନୀତି ବନ୍ଦ ହୋଇଯାଇଥିଲା। ଫଳରେ ପ୍ରଭୁଙ୍କୁ ପଇତାଲାଗି ହୋଇପାରି ନଥିଲା। ରକ୍ଷାବନ୍ଧନ ପର୍ବରେ ସାଧାରଣ ଲୋକେ ପଇତା ପିନ୍ଧନ୍ତି, ଅଥଚ ପ୍ରଭୁ ଶ୍ରୀଲିଙ୍ଗରାଜ ପଇତା ପିନ୍ଧିପାରି ନଥିଲେ। ପ୍ରାୟ ୫ବର୍ଷ ହେଲା ଲାଗି ରହିଥିବା ସେବାୟତଙ୍କ ବିବାଦର ସମାଧାନ ହୋଇ ନଥିବାରୁ ଏଭଳି ସ୍ଥିତି ଉପୁଜିଥିଲା। ପ୍ରଭୁ ଲିଙ୍ଗରାଜଙ୍କ ଅନ୍ୟତମ ମୁଖ୍ୟ ନୀତି ବନ୍ଦ ହୋଇଯିବାରୁ ଶ୍ରଦ୍ଧାଳୁମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ରାଖୀ ପୂର୍ଣ୍ଣିମା ଅବ୍ୟବହିତ ପୂର୍ବରୁ ପ୍ରଥା ଓ ପରମ୍ପରା ଅନୁସାରେ ଶିବ ପବିତ୍ରାରୋପଣ ନୀତି ପାଳିତ ହୋଇଥାଏ।ବିଧି ଅନୁସାରେ ପ୍ରଭୁଙ୍କୁ ପଇତାଲାଗି କରାଯାଇଥାଏ। କିନ୍ତୁ ଲିଙ୍ଗରାଜଙ୍କ ବଡ଼ୁ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ଉପୁଜିଥିବା ବିବାଦ ଏହି ବିଧି ପାଳନରେ ବାଧକ ସାଜିଛି। କେଉଁ ନିଯୋଗ କେତୋଟି ପଇତାଲାଗି କରିବ, ତାହାକୁ ନେଇ ବିବାଦ ଲାଗିଛି। ୨୦୨୦ ମସିହାରୁ ଏହି ବିବାଦର ସମାଧାନ ହୋଇପାରିନାହିଁ।