ଇ-କମର୍ସ କମ୍ପାନି ଆମାଜନ ବିଶ୍ବରେ ୧୪ ହଜାର କର୍ମଚାରୀଙ୍କୁ ଛଟେଇ ନେଇ ଘୋଷଣା କରିଛି। ଖର୍ଚ୍ଚ ହ୍ରାସ ଏବଂ କୋଭିଡ-୧୯ ମହାମାରୀ ସମୟରେ ହୋଇଥିବା ଅତ୍ୟଧିକ ନିଯୁକ୍ତିର ଉପଯୁକ୍ତ ପରିଚାଳନା ପାଇଁ କମ୍ପାନି ଏହି ଛଟେଇ କରିବ। ଆମାଜନରେ ମୋଟ ପ୍ରାୟ ୧୫ ଲକ୍ଷ କର୍ମଚାରୀ ବିଶ୍ବରେ କାମ କରୁଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ ପ୍ରାୟ ୩.୫ ଲକ୍ଷ ହେଉଛନ୍ତି କର୍ପୋରେଟ୍ କର୍ମଚାରୀ। ଏହି କର୍ପୋରେଟ୍ କର୍ମଚାରୀମାନଙ୍କ ମଧ୍ୟରୁ ୧୪ ହଜାର ବା ୪ ପ୍ରତିଶତ କର୍ମଚାରୀ ଛଟେଇ ହେବେ।ଏହି ଛଟେଇକୁ କମ୍ପାନି ରଣନୈତିକ ପୁନର୍ଗଠନ ବୋଲି କହିଛି। ମାନ୍ଦାବସ୍ଥା ପାଇଁ ଏହି ଛଟେଇ ହେଉନାହିଁ, ବରଂ କମ୍ପାନିକୁ ପରବର୍ତ୍ତୀ ପର୍ଯ୍ୟାୟ ଡିଜିଟାଲ ରୂପାନ୍ତର ପାଇଁ ଅଧିକ ପ୍ରତିଯୋଗିତାକ୍ଷମ କରିବା ଲାଗି ଏହା କରାଯାଉଛି। ମୁଖ୍ୟତଃ ମାନବ ସମ୍ବଳ, ରିଟେଲ, ଏଡବ୍ଲ୍ୟୁଏସ୍ ଏବଂ ଆଲେକ୍ସା ଓ ଫାୟାର ଟିଭି ଟିମ୍ରେ ଥିବା କର୍ମଚାରୀମାନେ ଏହାଦ୍ବାରା ପ୍ରଭାବିତ ହେବେ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ