ଆଜି ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବଡ଼ଠାକୁର
କାର୍ତ୍ତିକ ମାସ ଶୁକ୍ଳପକ୍ଷ ପଞ୍ଚମୀ ସୋମବାର ଅବସରରେ ଶ୍ରୀମନ୍ଦିରରେ ବଡ଼ଠାକୁର ବଳଭଦ୍ର ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଶ୍ରୀମନ୍ଦିରରେ ଦାରୁ ବିଗ୍ରହଙ୍କ ଅବକାଶ ନୀତି ସମ୍ପନ୍ନ ହେବା ପରେ ବଡ ଠାକୁରଙ୍କ ହରିହର ବେଶ ଆରମ୍ଭ ହେବ । ସେବକମାନେ ବଡ ଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରିବେ ।
ମହାପ୍ରଭୁ ଶ୍ରୀଜଗନ୍ନାଥ ରାଧାଦାମୋଦର ବେଶରେ ଦର୍ଶନ ଦେଇଥିବା ବେଳେ ବଡ ଠାକୁର ବଳଭଦ୍ର ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ବଡଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଇଥିବା ବେଳେ ହରିଙ୍କ ସହ ହରଙ୍କ ଆତ୍ମୀୟତ ଏହି ବେଶରେ ପ୍ରକୋଟିତ ହୋଇଥାଏ ।
ଶାସ୍ତ୍ରରେ ମଧ୍ୟ ହରି ଓ ହର ଅଭିନ୍ନ ବୋଲି ପ୍ରମାଣ ରହିଛି। ଏହା ହିଁ ହରିହର ଦେଶରେ ହର ଏବଂ ହରି ଅଭିନ୍ନ ବୋଲି ଦର୍ଶାଇଥାଏ । ଏହି ବେଶରେ ବଡଠାକୁର ଅଧେକ କଳା ଓ ଅଧେକ ଧଳା ବସ୍ତ୍ରରେ ଭୂଷିତ ହୋଇଥାନ୍ତି । ଏହି ବେଶରେ ବଡ଼ଠାକୁର ୩୨ପ୍ରକାରରୁ ଊର୍ଦ୍ଧ୍ୱ ସୁବର୍ଣ୍ଣ ଅଳଙ୍କାର ପରିଧାନ କରିବେ। ସୂଚନାଯୋଗ, କାର୍ତ୍ତିକ ଅମାବାସ୍ୟା ବା ଦୀପାବଳୀ ଅମାବାସ୍ୟା ପରଠାରୁ ଶୁକ୍ଳ ଦଶମୀ ମଧ୍ୟରେ ଯେଉଁ ସୋମବାର ପଡେ ସେହିଦିନ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଥାଏ।