କିପରି ନେବେ ଶରୀରର ଯତ୍ନ
ଜଣେ ବ୍ୟକ୍ତି ନିଜ ଶରୀରକୁ କେମିତି ଦେଖୁଛନ୍ତି, ଏହାକୁ ନେଇ କଣ ଭାବନ୍ତି ଓ ଅନୁଭବ କରନ୍ତି ତାହାକୁ ଶରୀର ପ୍ରତିଛବି କୁହାଯାଏ। ଯଦି ଜଣେ ବ୍ୟକ୍ତି ନିଜ ଶରୀରକୁ ସ୍ୱୀକାର କରନ୍ତି ଓ ତାହାପ୍ରତି ସକାରାତ୍ମକ ଭାବ ରଖନ୍ତି, ତେବେ ସେଥିରେ ସୁସ୍ଥ ଛବି ପ୍ରକାଶ ପାଏ; କିନ୍ତୁ ଯଦି ଜଣେ ନିଜ ଶରୀର ପ୍ରତି ଅସନ୍ତୋଷ ଅଛନ୍ତି ତେବେ ଏହା ନକାରାତ୍ମକ ଶାରୀରିକ ଛବିକୁ ସୂଚାଏ। ସୋସିଆଲ ମିଡିଆ, ସାଙ୍ଗମାନଙ୍କ ଚାପ ଓ ସାମାଜିକ ସ୍ତରରେ ଏହି ଭାବନା ଅଧିକ ପ୍ରଭାବିତ ହୋଇଥାଏ।
ଶରୀରର କେମିତି ଯତ୍ନ ନେବେ?
ଠିକ ଖାଦ୍ୟ ଖାଆନ୍ତୁ: ଶରୀରକୁ ସୁସ୍ଥ ରଖିବା ପାଇଁ ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ ଅତ୍ୟନ୍ତ ଆବଶ୍ୟକ। ଫଳ, ସବୁଜ ପନିପରିବା, ଡାଲି ଓ ପାଣି ନିୟମିତ ଗ୍ରହଣ କରନ୍ତୁ।
ନିୟମିତ ବ୍ୟାୟାମ କରନ୍ତୁ: ପ୍ରତିଦିନ କିଛି ସମୟ ଯୋଗ ବା ବ୍ୟାୟାମ କରିବା ଆବଶ୍ୟକ। ଏହା ଦ୍ବାରା ଶରୀର ଓ ମନକୁ ସୁସ୍ଥ ରହେ।
ପର୍ଯ୍ୟାପ୍ତ ଭ୍ରମଣ : ବାହ୍ୟ ଦୁନିଆ ଭ୍ରମଣ କରିବା ଦ୍ବାରା ମନକୁ ଶାନ୍ତି ମିଳେ।
ଯଥେଷ୍ଟ ପାଣି ପିଅନ୍ତୁ: ଶରୀରରେ ପାଣିର ଅଭାବ ହେଲେ ଅନେକ ସମସ୍ୟା ହୋଇପାରେ। ଦିନକୁ କମରେ ୮ ଗିଲାସ୍ ପାଣି ପିଅନ୍ତୁ।
ନିଜକୁ ସ୍ୱଚ୍ଛ ରଖନ୍ତୁ: ନିୟମିତ ସ୍ନାନ କରିବା, ନିୟମିତ ହାତ ଧୋଇବା ଓ ପୋଷାକ ସ୍ୱଚ୍ଛ ରଖିବା ସୁସ୍ଥ ଶରୀର ପାଇଁ ଅତ୍ୟାବଶ୍ୟକ।
ମନସିକ ସ୍ୱାସ୍ଥ୍ୟର ଯତ୍ନ: ମନକୁ ଖୁସି ରଖିବା ପାଇଁ ଧ୍ୟାନ, ସଙ୍ଗୀତ ଓ ପସନ୍ଦର କାମ କରନ୍ତୁ।
ଖରାପ ଅଭ୍ୟାସ ଛାଡନ୍ତୁ: ଧୂମପାନ, ମଦ୍ୟପାନ ଓ ଜଙ୍କ ଫୁଡ଼ ଭଳି ଅଭ୍ୟାସକୁ ଏଡ଼ାଇବା ଶରୀରକୁ ଦୀର୍ଘସ୍ଥାୟୀ ଭାବରେ ସୁସ୍ଥ ରଖେ।
ମନ କଥା କହି ଦିଅନ୍ତୁ
ଯଦି ଆପଣ ନିଜ ଶରୀରର ଆକାର ଓ ଗଠନ ପ୍ରତି ଅସନ୍ତୋଷ ଅଛନ୍ତି କିମ୍ବା ଆତ୍ମସମ୍ମାନ ହାରାଉଛନ୍ତି, ତେବେ ଏହାକୁ ମନରେ ରଖିବା ଆବଶ୍ୟକ ନାହିଁ। ମନରେ ଯାହା ରହିଛି ତାହାକୁ ଆଉ ଜଣଙ୍କୁ ଭରସା କରି ଯଥା-ପରିବାର, ମିତ୍ର କିମ୍ବା ଶିକ୍ଷକଙ୍କୁ ଜଣାଇବା ଆବଶ୍ୟକ। ଯଦି ଆପଣ ଏଥି ପାଇଁ ବହୁତ ଚିନ୍ତିତ କିମ୍ବା ଦୁଃଖିତ ଅନୁଭବ କରୁଛନ୍ତି, ତେବେ ଏକ କାଉନସିଲର୍ କିମ୍ବା ମନୋବିଜ୍ଞାନୀଙ୍କ ସହାୟତା ନିଅନ୍ତୁ। ସେମାନେ ଆପଣଙ୍କୁ ସକାରାତ୍ମକ ଭାବେ ଭାବିବା ଓ ଆତ୍ମବିଶ୍ୱାସ ଫେରାଇ ଆଣିବା ଉପାୟ ଶିଖାଇପାରିବେ।