ପତଳା ଏବଂ ଷ୍ଟାଇଲିସ୍ ଦେଖାଯିବା ପାଇଁ ସବୁବେଳେ ଛୋଟ ପ୍ରିଣ୍ଟ ଥିବା ପୋଷାକ ପିନ୍ଧନ୍ତୁ

ଯେତେବେଳେ ବି ପୋଷାକ କଥା ଉଠେ ତାହାର ରଙ୍ଗ ଏବଂ ଶୈଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ପ୍ରାୟତଃ ଦେଖାଯାଏ ଏପରି କିଛି ରଙ୍ଗ ଅଛି ସେହି ରଙ୍ଗରର ପୋଷାକ ପିନ୍ଧିବା ଦ୍ବାରା ସେ ମହିଳା ହୁଅନ୍ତୁ ଅବା ପୁରୁଷ  ଫିଟ ଏବଂ ସ୍ମାର୍ଟ ଦେଖାଯାଇଥାଆନ୍ତି।

ନେଭି ବ୍ଲୁ ରଙ୍ଗ ବହୁତ ପଲିସ୍ଡ୍ ଏବଂ ସଫା ଲୁକ୍ ଦେଇଥାଏ। ଏହି ରଙ୍ଗର ପୋଷାକ ପିନ୍ଧି ଆପଣ ଅଫିସ୍, ପାର୍ଟି କିମ୍ବା ଯେକୌଣସି ଛୋଟବଡ଼ କାର୍ଯ୍ୟକ୍ରମକୁ ଯାଇପାରିବେ।

ଏହି କ୍ରମରେ ଆସୁଛି ୱାଇନ୍ ରେଡ୍ ରଙ୍ଗ। ଏହି ରଙ୍ଗର ପୋଷାକ ଉତ୍ସବ ଲୁକ୍ ପାଇଁ ସର୍ବୋତ୍ତମ ରଙ୍ଗ । ଯଦି ଆପଣ ଏକ ଉତ୍ସବ କିମ୍ବା ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି, ତେବେ ୱାଇନ୍ ରେଡ୍ ରଙ୍ଗର ପୋଷାକ ପରିଧାନ କରନ୍ତୁ।। ଏହି ରଙ୍ଗର ମୁଖ୍ୟ କଥା ହେଉଛି ଏହା ଶରୀରକୁ ପତଳା ଦେଖାଯିବାରେ ସାହାଯ୍ୟ କରେ।

ଏହି କ୍ରମରେ କଳା ଓ ସବୁଜରଙ୍ଗକୁ ବି ସବୁଠାରୁ ଭଲ ରଙ୍ଗ ଭାବେ ବିବେଚନା କରାଯାଉଛି। ଆପଣଙ୍କ ଶରୀର ଯଦି ପୃଥଳକାୟ ଅଛି।  ତେବେ ଆପଣଙ୍କ ଉପରେ କେଉଁ ରଙ୍ଗ ମାନିବ ବୋଲି ଦ୍ବନ୍ଦ୍ବରେ ରହିଛନ୍ତି ତେବେ କଳା ଓ ସବୁଜ ରଙ୍ଗକୁ ବାଛି ନିଅନ୍ତୁ।

ପତଳା ଏବଂ ଷ୍ଟାଇଲିସ୍ ଦେଖାଯିବା ପାଇଁ ସବୁବେଳେ ଛୋଟ ପ୍ରିଣ୍ଟ ଥିବା ପୋଷାକ ପିନ୍ଧନ୍ତୁ।  ଠିକ ଫିଟିଙ୍ଗ ହେଉଥିବା ପୋଷାକ ପରିଧାନ କରନ୍ତୁ। ଢିଲା କିମ୍ବା ଅତ୍ୟଧିକ ଟାଇଟ୍ ପୋଷାକ ପିନ୍ଧନ୍ତୁ ନାହିଁ।

Leave a comment