ପିଲାଙ୍କୁ କଫ ସିରପ ନ ଦେବା ଲାଗି ପରାମର୍ଶ

ମଧ୍ୟପ୍ରଦେଶରେ କଫ୍ ସିରପ୍ ଖାଇ ଶିଶୁ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡରେ କେନ୍ଦ୍ର ଓ ରାଜ୍ୟ ସରକାର। ତାମିଲନାଡୁରୁ ଓଡ଼ିଶା ସହ ୪ଟି ରାଜ୍ୟକୁ ଆସିଥିଲା ଏହି ଘାତକ ‘କୋଲଡ୍ରିଫ’ କଫ୍ ସିରପ୍। ମଧ୍ୟପ୍ରଦେଶ ଘଟଣା ପରେ କେନ୍ଦ୍ର ସରକାର ସତର୍କତା ମୂଳକ ମାର୍ଗଦର୍ଶିକା ଜାରି କରିଛନ୍ତି। ସେପଟେ ଘଟଣାକୁ ନେଇ ରାଜ୍ୟ ଭେଷଜ ନିୟନ୍ତ୍ରକ ତତ୍ପରତା ପ୍ରକାଶ କରିଚନ୍ତି। ପିଲାଙ୍କୁ କଫ ସିରପ ନ ଦେବା ଲାଗି ପରାମର୍ଶ ଦିଆଯାଇଛି।

ରାଜ୍ୟ ଭେଷଜ ନିୟନ୍ତ୍ରକ ମାମିନା ପଟ୍ଟନାୟକ କହିଛନ୍ତି ଯେ, “ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତାମିଲନାଡୁର ପୁଡୁଚେରୀ ସମେତ ଓଡ଼ିଶାର ବରଗଡ଼ ଜିଲ୍ଲାକୁ ଗତ ଅଗଷ୍ଟ ମାସରେ ଏହି କଫ୍ ସିରପ୍ ଆସିଥିଲା। ବରଗଡ଼କୁ ୧୩୦ଟି କଫ୍ ସିରପ୍ ଆସିଥିଲା। ମାତ୍ର ହୋଲସେଲରେ ହିଁ ଆମେ ଫର୍ମ ୧୫ ଆଧାରରେ ସେସବୁ ଔଷଧକୁ ଫ୍ରିଜ୍ କରିଦେଇଛୁ। ସେ ଔଷଧ କେଉଁଠାରେ ବି ଡିଷ୍ଟ୍ରିବ୍ୟୁଟ୍ ହୋଇନି କି କେହି ମଧ୍ୟ ବ୍ୟବହାର କରିନାହାନ୍ତି କି ସେବନ କରିନାହାନ୍ତି। ପ୍ରତି ଏଲୋପାଥିକ ଔଷଧର ପାର୍ଶ୍ବପ୍ରତିକ୍ରିୟା ଅଛି। ଏହି ଔଷଧରେ ଡାଇଥେଲ ଗାଏକୋଲ ରହୁଛି, ଯେଉଁଥିପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ଜାରି କରିଥିବା ମାର୍ଗଦର୍ଶିକା ମୁତାବକ ଆମେ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେଇଛୁ। ଏନେଇ ଏକ ଟାସ୍କ ଫୋର୍ସ ଯାଞ୍ଚ କରୁଛନ୍ତି। ରାଜ୍ୟର କେମିଷ୍ଟ ଏବଂ ଡ୍ରଗିଷ୍ଟମାନଙ୍କ ସହ ଆମେ ଆଲୋଚନା କରିଛୁ,” ବୋଲି କହିଛନ୍ତି ରାଜ୍ୟ ଭେଷଜ ନିୟନ୍ତ୍ରକ।

ଏହା ସହ ସେ ଆହୁରି କହିଛନ୍ତି ଯେ, “ତାମିଲନାଡୁରୁ ଓଡ଼ିଶା ସହ ୪ଟି ରାଜ୍ୟକୁ ଏହି କଫ୍‌ ସିରପ୍‌ ଆସିଥିଲା। ମଧ୍ୟପ୍ରଦେଶ ଘଟଣା ପରେ କେନ୍ଦ୍ର ସରକାର ସତର୍କତା ମୂଳକ ମାର୍ଗଦର୍ଶିକା ଜାରି କରିଛନ୍ତି। ୨ ବର୍ଷରୁ କମ୍ ପିଲାଙ୍କୁ କଫ୍ ସିରପ୍ ସମ୍ପୂର୍ଣ୍ଣ ବ୍ୟାନ କରାଯାଇ ନାହିଁ। ଡାକ୍ତରଙ୍କ ପରାମର୍ଶ ନେଇ ଦେଇ ପାରିବେ। ଲୋକଲ ମାନ୍ୟୁଫାକ୍ଚର କମ୍ପାନୀଙ୍କ ସହ ବୈଠକ କରାଯାଇଛି। ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଆମ ରାଜ୍ୟରେ କଫ୍ ସିରଫକୁ ନେଇ କୌଣସି ପାର୍ଶ୍ବ ପ୍ରତିକ୍ରିୟା ହୋଇନାହିଁ। ତାହା ସହ ଆମେ ଟାକ୍ସ ଫୋର୍ସ ସହାୟତାରେ ଚଢ଼ାଉ ଜାରି ରଖିଛୁ ଏବଂ ଏହା ଆଗକୁ ରହିବ,” ବୋଲି ରାଜ୍ୟ ଭେଷଜ ନିୟନ୍ତ୍ରକ ମାମିନା ପଟ୍ଟନାୟକ କହିଛନ୍ତି।

ଏ ନେଇ ଶିଶୁ ସ୍ୱାସ୍ଥ୍ୟ ବିଶେଷାଜ୍ଞ ଜାନକୀ ବଲ୍ଲବ ପଟ୍ଟନାୟକଙ୍କ କହିବା ହେଲା ଯେ, “ଆମେ ପ୍ରଥମେ ଜାଣିବା ଆବଶ୍ୟକ ଯେ କଫ୍ ସିରପ୍ ପିଲାଙ୍କୁ କାହିଁକି ଦିଆଯାଏ ଏବଂ କେଉଁ ପରିସ୍ଥିତିରେ ଦିଆଯାଉଛି। ବିଶେଷ ଭାବେ ଥଣ୍ଡା ଓ କାଶ ପାଇଁ ଏହାକୁ ଦିଆଯାଇଥାଏ। ଶିଶୁଙ୍କୁ ଆଲର୍ଜି ହୋଇଥିଲେ ମଧ୍ୟ ଦିଆଯାଇଥାଏ। ଏପଟେ କଫ ହୋଇଥିଲେ ମଧ୍ୟ ଶିଶୁଙ୍କୁ ଦିଆଯାଇଥାଏ କଫ୍‌ସିରପ୍। କିନ୍ତୁ ବାରମ୍ବାର ଏହି କଫ୍ ସିରପ୍ ଦେଲେ ପିଲାମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। ଯାହା ଫଳରେ ନିମୋନିଆ ଓ ଭାଇରାଲ କରେଇ ଦେଇଥାଏ।”

Leave a comment