ପାର୍ବଣ ଋତୁରେ ଯାତ୍ରୀଙ୍କ ପାଇଁ ଗଡ଼ିବ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ
ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଏବଂ ପାର୍ବଣ ଋତୁରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ପରିଚାଳନା କରିବା ପାଇଁ, ଭାରତୀୟ ରେଳବାଇ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ପରିଚାଳନା କରିବ:
୧. ଝାନ୍ସୀ-ପୁରୀ-ଝାନ୍ସୀ ସାପ୍ତାହିକ ସ୍ୱତନ୍ତ୍ର (୦୧୯୨୯/୦୧୯୩୦)
ଟ୍ରେନ ନମ୍ବର ୦୧୯୨୯ ଝାନ୍ସୀ-ପୁରୀ ସାପ୍ତାହିକ ସ୍ୱତନ୍ତ୍ର ଏକ୍ସପ୍ରେସ ୨୮.୧୧.୨୦୨୫ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଦିନ ୧୧:୫୫ ଘଣ୍ଟାରେ ଝାନ୍ସୀରୁ ଛାଡ଼ିବ ।
ଟ୍ରେନ ନମ୍ବର ୦୧୯୩୦ ପୁରୀ-ଝାନ୍ସୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ୨୯.୧୧.୨୦୨୫ ପର୍ଯ୍ୟନ୍ତ ପ୍ରତି ଶନିବାର ଦିନ ୨୩:୪୫ ଘଣ୍ଟାରେ ପୁରୀରୁ ଛାଡ଼ିବ ।
ପୂର୍ବତଟ ରେଳପଥ ପରିସୀମାରେ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ରହଣି: ଭଦ୍ରକ, ଯାଜପୁର ରୋଡ୍, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍ ଏବଂ ପୁରୀ । କୋଚ୍ ସଁରଚନା: ୨ୟ ଏସି – ୦୧, ୩ୟ ଏସି – ୦୨, ଶୋଇବା – ୮, ସାଧାରଣ – ୮, ଦ୍ୱିତୀୟ ଶ୍ରେଣୀ ଲଗେଜ୍ କମ ଡିଭିଆଙ୍ଗଜାନ୍ – ୨ ।
୨. ନାରଙ୍ଗୀ-ଏସଏମଭି ବେଙ୍ଗାଲୁରୁ-ନାରଙ୍ଗୀ (୦୬୫୬୦/୦୬୫୫୯)
ଟ୍ରେନ ନମ୍ବର ୦୬୫୬୦ ନାରଙ୍ଗୀ – ଏସଏମଭି ବେଙ୍ଗାଲୁରୁ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ୨୯.୧୧.୨୦୨୫ ପର୍ଯ୍ୟନ୍ତ ପ୍ରତି ଶନିବାର ସକାଳ ୦୫:୩୦ ରେ ନାରଙ୍ଗୀରୁ ଛାଡ଼ିବ ।
ଟ୍ରେନ ନମ୍ବର ୦୬୫୫୯ ଏସଏମଭି ବେଙ୍ଗାଲୁରୁ-ନାରଙ୍ଗୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ୨୫.୧୧.୨୦୨୫ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ଦିନ ରାତି ୨୩.୪୦ ରେ ଏସଏମଭି ବେଙ୍ଗାଲୁରୁରୁ ଛାଡ଼ିବ ।
ପୂର୍ବତଟ ରେଳପଥ ପରିସୀମାରେ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ରହଣି: ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍, କୋଟ୍ଟାଭାଲାସା ଏବଂ ଦୁଭୱାଡା ।
କୋଚ୍ ସଁରଚନା: ଏହି ଯୋଡ଼ା ଟ୍ରେନ୍ରେ ଦ୍ୱିତୀୟ ଏସି-୦୧, ତୃତୀୟ ଏସି-୪, ସ୍ଲିପର୍-୮, ସାଧାରଣ ଦ୍ୱିତୀୟ ଶ୍ରେଣୀ-୬, ଦ୍ୱିତୀୟ ଶ୍ରେଣୀ ସହ ଲଗେଜ୍ (ଦିବ୍ୟାଙ୍ଗଜନ) କୋଚ୍-୦୨ ରହିବ ।
ପର୍ବପର୍ବାଣୀର ଚାହିଦା ଏବଂ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ୍ ସେବାଗୁଡ଼ିକ ବ୍ୟବସ୍ଥା କରାଯାଇଛି । ଯାହା ପୂର୍ବତଟ ରେଳବାଇ ଜୋନର ଗୁରୁତ୍ୱପୂର୍ଣ୍ଣ ଷ୍ଟେସନଗୁଡ଼ିକରେ ରହଣି କରିବ ।