ମଧ୍ୟରାତ୍ରିରେ ଭୋଜନକୁ ରାକ୍ଷସୀ ଭୋଜନ କୁହାଯାଏ
ଖାଦ୍ୟ ଖାଇଲେ ହିଁ ଆମ ଶରୀର ପୋଷଣ ପାଇଥାଏ। କିନ୍ତୁ ଖାଦ୍ୟ ଆମେ ଭୋକ ଲାଗିଲେ ଖାଉ ଏବଂ ଲୋଭରେ ବି ଖାଉ। ଲୋଭରେ ଖାଇଲେ ତାହା ଆମର ପୁଷ୍ଟି ସାଧନ ନ କରି ଅହିତ କରିଥାଏ। ସୁତରାଂ ଭୋକ ଲାଗିଲେ ହିଁ ଖାଇବା ଉଚିତ। ଭୋକ ନ ଥାଇ ଖାଦ୍ୟ ଲୋଭରେ ଖାଇବା ଉଚିତ ନୁହେଁ। ପୁଣି ଖାଦ୍ୟ ଖାଇବାର ଗୋଟିଏ ନିର୍ଦ୍ଦିଷ୍ଟ ସମୟ ରହିବା ଉଚିତ। ଯେତେବେଳେ ଇଚ୍ଛା ସେତେବେଳେ ଖାଇବା ଏବଂ ବିଳମ୍ବିତ ରାତିରେ ଖାଇବା ଉଚିତ ନୁହେଁ। ଆୟୁର୍ବେଦ ଶାସ୍ତ୍ର ମତରେ ସକାଳର ଖାଇବାଟା ରାଜକୀୟ ଭୋଜନ ପରି ଗରିଷ୍ଠ ହେବା ଉଚିତ। ମଧ୍ୟାହ୍ନଭୋଜନ ତା’ଠୁ ହାଲୁକା ଏବଂ ସନ୍ଧ୍ୟାକାଳୀନ ଭୋଜନ ସବୁଠୁ ହାଲୁକା ହେବା ଉଚିତ। ବିଳମ୍ବିତ ରାତିରେ ଆଦୌ ଖାଇବା ଉଚିତ ନୁହେଁ। ରାତିରେ ଶୋଇବା ପୂର୍ବରୁ ଆପଣ ଛୋଟ କାଚ ଗ୍ଲାସ୍ରେ ଏକ ଗ୍ଲାସ୍ ଦେଶୀ ଗାଈ କ୍ଷୀର ପିଇ ଶୋଇପାରିବେ। କିନ୍ତୁ କ୍ଷୀର ପିଇସାରି କୁଳି କରିବା ନିହାତି ଆବଶ୍ୟକ, ନ ହେଲେ ଦାନ୍ତ ପୋକ ଖାଇବ। ବିଳମ୍ବିତ ରାତିରେ ବା ମଧ୍ୟରାତ୍ରିରେ ଯେଉଁମାନେ ଭୋଜନ କରନ୍ତି ତାକୁ ରାକ୍ଷସୀ ଭୋଜନ କୁହାଯାଏ।