୧୫ ମାସରେ ୧ ଲକ୍ଷ ୭ ହଜାର ୯୨୬ଜଣଙ୍କୁ ନିଯୁକ୍ତି – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୟୁନିଟ-୩ ସ୍ଥିତ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ସୋମବାର ଅନୁଷ୍ଠିତ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ସୂଚନା ଦେଇଛନ୍ତି। ୧୫ ମାସରେ ୧ ଲକ୍ଷ ୭ ହଜାର ୯୨୬ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ମୁଖମନ୍ତ୍ରୀ କହିଛନ୍ତି। ସରକାରୀ ପଦବୀରେ ୩୦ ହଜାର ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଅଯାଇଥିବା ବେଳେ ଘରୋଇ କ୍ଷେତ୍ରରେ ୭୭ ହଜାର ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ର କହିଥିଲେ, ଓଡ଼ିଶାର ଶିଳ୍ପ ଇତିହାସରେ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି। ରାଜ୍ୟରେ ୩ ଜିଲାକୁ ଛାଡ଼ି ୨୭ ଜିଲାରେ ଶିଳ୍ପ ହୋଇଛି। ସରକାର ସୋମବାର ୧୬ଟି ସେକ୍ଟରରେ ବିଭିନ୍ନ ଶିଳ୍ପର ଶିଳାନ୍ୟାସ କରିଛନ୍ତି।
ସରକାର ଟାର୍ଗେଟ ପୂରଣରେ ନିକଟତର ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାରଙ୍କ ପକ୍ଷରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଛି ତାହା ପୂରଣ କରିବାକୁ ଲାଗିଛୁ। ମାତ୍ର ୧୬୫ ଦିନରେ ୮୪ ପ୍ରକଳ୍ପର ଗ୍ରାଉଣ୍ଡିଙ୍ଗ କରି ସାରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏପରିକି ସରକାର ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୁନିଶ୍ଚିତ କରିଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।