ବାନ୍ତି ସମସ୍ୟା ଦୂର କରିବା ପାଇଁ ଜାଣନ୍ତୁ କିଛି ଘରୋଇ ଟିପସ୍ ….

ବାନ୍ତି ବା ବମି ହେବା ଶରୀରର ଏକ ପ୍ରାକୃତିକ ପ୍ରତିକ୍ରିୟା, ଯାହା ବିଭିନ୍ନ କାରଣରୁ ହୋଇପାରେ। ପାକସ୍ଥଳୀ ସମସ୍ୟା ଯେପରିକି ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍, ଖାଦ୍ୟ ବିଷକ୍ରିୟା, ଅମ୍ଳତା ବା ପେପ୍ଟିକ୍ ଅଲସର୍ ଏହାର ମୁଖ୍ୟ କାରଣ। ଗର୍ଭାବସ୍ଥାରେ ମର୍ନିଂ ସିକନେସ୍ ଯୋଗୁଁ ବାନ୍ତି ହୁଏ। ମୋସନ୍ ସିକନେସ୍, ଯେପରିକି ଗାଡ଼ି ବା ଜାହାଜରେ ଯାତ୍ରା ସମୟରେ ମୁଣ୍ଡ ଘୂରାଇବା, ମଦ ପାନ, ଔଷଧର ପାର୍ଶ୍ୱ ପ୍ରତିକ୍ରିୟା (ଯେମିତି କେମୋଥେରାପି), ମାନସିକ ଚାପ ବା ମାଇଗ୍ରେନ୍ ମଧ୍ୟ ବାନ୍ତିର କାରଣ ହୋଇପାରେ। ଗୁରୁତର ରୋଗ ଯେପରିକି କିଡନୀ ସମସ୍ୟା ବା ମସ୍ତିଷ୍କ ସଂକ୍ରମଣ ମଧ୍ୟ ଏହାର କାରଣ ହୋଇପାରେ। ବାରମ୍ବାର ବାନ୍ତି ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

ଅନେକ ମହିଳାଙ୍କର ବାନ୍ତି ସମସ୍ୟା ଦେଖା ଦେଇଥାଏ। ଯଦିଓ ଏହା ଏକ ପ୍ରାକୃତିକ ପ୍ରକ୍ରିୟା, ତଥାପି ବାରମ୍ବାର ଏପରି ହେବା ଦ୍ୱାରା ଶରୀରରୁ ଜଳିୟାଂଶ କମିବା ସହ ଦୁର୍ବଳ ଲାଗିଥାଏ, ଯାହାକୁ ଦୂରେଇବାଲାଗି କେତେକ ଘରୋଇ ଉପଚାର ଲାଭଦାୟକ…

Leave a comment