ଘାସ ଉପରେ ଖାଲି ପାଦରେ ଚାଲିବା ସମସ୍ତଙ୍କ ପାଇଁ ଏକ ବରଦାନ ସଦୃଶ

ପିଲାବେଳେ ଆଈ,ଜେଜେମା ଖାଲି ପାଦରେ ଘାସ ଉପରେ ଚାଲିବାକୁ କହୁଥିଲେ। ଆଗରୁ ଲୋକମାନେ ମଧ୍ୟ ଖାଲି ପାଦରେ ଘାସ ଉପରେ ପ୍ରତିଦିନ ଚଲାବୁଲା କରୁଥିଲେ କିନ୍ତୁ ଆଧୁନିକ ଧାଁଦଉଡ଼ ଜୀବନରେ ଏହା ବହୁତ କମ୍ ଲୋକ ହିଁ କରିପାରୁଛନ୍ତି । କାହା ପାଖରେ ନିଜ ପାଇଁ ସମୟ ହିଁ ନାହିଁ । କିନ୍ତୁ ଯଦି ଆପଣ ବ୍ୟସ୍ତ ସମୟ ଭିତରୁ ସକାଳର କିଛି ସମୟ ବାହାର କରି ଖାଲି ପାଦରେ ଘାସ ଉପରେ ଚାଲିବେ ତେବେ ଏହାର ଅନେକ ଉପକାର ମିଳିବ । ଘାସ ଉପରେ ଖାଲି ପାଦରେ ଚାଲିବା ହେଉଛି ନେଚୁରୋପାଥିର ଏକ ଟେକ୍ନିକ୍ ଯାହା ମଣିଷକୁ ପ୍ରକୃତି ସହିତ ଯୋଡ଼ିଥାଏ । ଜର୍ଣ୍ଣାଲ୍ ଅଫ୍ ଇନଭାଇରନମେଣ୍ଟ ଆଣ୍ଡ ପବ୍ଲିକ୍ ହେଲ୍ଥର ଏକ ଷ୍ଟଡିରେ କୁହାଯାଇଛି ଯେ ଆଜିକାଲିର ଲୋକ ସବୁଠାରୁ ଖରାପ ସମୟରେ ରହୁଛନ୍ତି କାରଣ ସେମାନଙ୍କର ପରିବେଶ ଏବଂ ପୃଥିବୀ ସହିତ କୌଣସି ସମ୍ପର୍କ ରହୁନାହିଁ । ଷ୍ଟଡିରେ ଦାବି କରାଯାଇଥିଲା ଯେ ଯଦି ପୃଥିବୀର ଇଲେକ୍ଟ୍ରୋନ୍ ସହିତ ମଣିଷ ଯୋଡ଼ି ହୋଇଯାଏ ତେବେ ତା’ ଜୀବନରେ ଅନେକ ମନସ୍ତାତ୍ତ୍ୱିକ ପରିବର୍ତ୍ତନ ଆସିଥାଏ । ଏହା ସମସ୍ତଙ୍କ ପାଇଁ ଏକ ବରଦାନ ସଦୃଶ ।

Leave a comment