ଆଜି ପବିତ୍ର ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ନତିଥି । ଚାରିଆଡ଼େ ଭକ୍ତିମୟ ପରିବଶ । ଏହି ତିଥିକୁ ସାରା ଦେଶରେ ଭକ୍ତିର ଓ ଉତ୍ସାହ ଉଦ୍ଦୀପନାର ସହ ପାଳନ କରାଯାଉଛି । ବିଭିନ୍ନ କୃଷ୍ଣ ମନ୍ଦିରରେ ଆୟୋଜନ କରାଯାଇଛି ଭବ୍ୟ ଉତ୍ସବ। ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରକୁ ଆକର୍ଷଣୀୟ ଭାବରେ ସଜାଯିବା ସହ ସ୍ୱତନ୍ତ୍ର ନୀତିକାନ୍ତି ଚାଲିଛି । ଆଜି ମଧ୍ୟରାତ୍ରିରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ ହେବ। ସେହିପରି ଗୁଜରାଟର ଦେବଭୂମି ଦ୍ୱାରକା ମନ୍ଦିରରେ ମଧ୍ୟ ଆଡ଼ମ୍ୱର ସହକାରେ ଜନ୍ମାଷ୍ଚମୀ ପାଳନ କରାଯାଉଛି। ଜନ୍ମାଷ୍ଟମୀ ଉପଲକ୍ଷେ ସବୁ ଶ୍ରୀକୃଷ୍ଣ ମନ୍ଦିରଗୁଡ଼ିକରେ ହଜାର ହଜାର ଭିକ୍ତଙ୍କ ଭିଡ଼ ଲାଗିଛି। ଦେଶ ଓ ବିଦେଶରେ ଥିବା ଇସ୍କନ ମନ୍ଦିରଗୁଡ଼ିକରେ ମଧ୍ୟ ଆନନ୍ଦ ଉଲ୍ଲାସରେ ପାଳନ କରାଯାଉଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଭିଡ଼କୁ ଦୃଷ୍ଟିରେ ରଖି ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post