ଆଜିଠୁ ବାର୍ଷିକ ଫାସ୍ଟ୍ୟାଗ୍
ଆଜିଠୁ ଫାସଟ୍ୟାଗ୍ର ବଦଳିଲା ନିୟମ । ଏଣିକି ନିଇତି ଲାଇନ୍ରେ ଛିଡ଼ା ହୋଇ ଆଉ ଗାଡିର ଫାସ୍ଟ୍ୟାଗ୍ କାଟିବାକୁ ପଡ଼ିବନି । କାରଣ ଆଜିଠୁ ବାର୍ଷିକ ଫାସ୍ଟ୍ୟାଗ୍ କରିପାରିବେ ଆପଣ । ଅର୍ଥାତ୍ ବର୍ଷକ ପାଇଁ ଫାସ୍ଟ୍ୟାଗ୍ କଲେ ଆପଣଙ୍କୁ ଅନେକ ଲାଭ ମିଳିବ । ଅଗଷ୍ଟ ୧୫ରୁ ଏହି ନୂଆ ନିୟମ ପୂରା ଦେଶରେ ଲାଗୁ ହେବାକୁ ଯାଉଛି । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା । ରାସ୍ତାରେ ଯିବା ବେଳେ ଆପଣ ପ୍ରତି ୬୦ କିଲୋମିଟର ବ୍ୟବଧାନରେ ଗୋଟିଏ ଗୋଟିଏ ଟୋଲ୍ଗେଟ୍ ଦେଖିଥିବେ । ଏହି ଟୋଲ୍ରେ ଆପଣ ନିର୍ଦ୍ଧାରିତ ଟଙ୍କା ଦେବା ପରେ ହିଁ ଆପଣ ଆଗକୁ ବଢ଼ିପାରିବେ । ହେଲେ ପ୍ରତି ଗେଟ୍ରେ ଟଙ୍କା ଦେବାରେ ଅନେକ ସମୟରେ ବିରକ୍ତ ଲାଗେ । ଅବଶ୍ୟ ଏବେ ଅନଲାଇନ୍ ପେମେଣ୍ଟ ହୋଇଯାଇଥିବାରୁ ଅଟୋମେଟିକ୍ ଟଙ୍କା କଟୁଛି । ହେଲେ ରିଚାର୍ଜ କେହି କେହି ମାସକୁ କିମ୍ବା କିଛି ଟଙ୍କାରେ କରୁଛନ୍ତି । ଯାହାଦ୍ବାରା କେତେବେଳେ ଯେ ଟଙ୍କା ସରିଯାଇଥିବ ଏବଂ ଗେଟ୍ରେ ହଇରାଣ ହେବେ ଆପଣ ତାହା କହିବା ମୁସ୍କିଲ୍ । ସେଇଥି ଲାଗି ତ କେନ୍ଦ୍ର ସରକାର ବାର୍ଷିକ ଟୋଲ୍ଗେଟ୍ର ବ୍ୟବସ୍ଥା କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା । ବାର୍ଷିକ ଫାସ୍ଟ୍ୟାଗ୍କୁ ନେଇ ଏବେ ଭାରି ଚର୍ଚ୍ଚା । ସାଧାରଣ ଲୋକଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ବାର୍ଷିକ ଫାସ୍ଟ୍ୟାଗ୍ କଣ । ତେବେ ବାର୍ଷିକ ଫାସ୍ଟ୍ୟାଗ୍ ହେଉଛି ଏକ ପ୍ରିପେଡ୍ ସେବା । ଯେଉଁଥିରେ ଗାଡ଼ି ମାଲିକମାନେ ଥରକେ ଏକ ନିର୍ଦ୍ଦିଷ୍ଟ ଅର୍ଥ ଦେଇ ବର୍ଷକ ପାଇଁ ଟୋଲ୍ଗେଟ୍ ଦେଇ ଯାତ୍ରା କରିପାରିବେ । ବଡ଼ ଗାଡ଼ି ଗୁଡ଼ିକ ବର୍ଷକୁ ୩ହଜାର ଟଙ୍କା ଦେଇ ଟୋଲ୍ଗେଟ୍ରେ ଯିବାଆସିବା କରିପାରିବେ । ବାର୍ଷିକ ଟୋଲ୍ ରିଚାର୍ଜ କରିବା ପରେ ୨୦୦ ଟୋଲ୍ଗେଟ୍ କିମ୍ବା ଏକବର୍ଷ ପର୍ଯ୍ୟନ୍ତ ଆଉ ଟୋଲ୍ଗେଟ୍ରେ ଟଙ୍କା ଦେବାକୁ ପଡ଼ିବ ନାହିଁ ।