ପୂର୍ବତନ ସରକାରଙ୍କ ଏକ ବୃହତ୍ ପରିକଳ୍ପନା ‘ଭୁବନେଶ୍ବର ମେଟ୍ରୋ ଟ୍ରେନ୍’ ପ୍ରକଳ୍ପ ବିଳମ୍ବ ହେଉଛି। ରାଜ୍ୟରେ ସରକାର ବଦଳିବା ପରେ ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ଏକ ପ୍ରକାରର ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ବୋଲି ବିରୋଧୀ ଦଳଗୁଡ଼ିକ ପ୍ରତିକ୍ରିୟା ରଖୁଛନ୍ତି। ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗରେ ବିଜେଡି ରାଜ୍ୟ ସରକାରଙ୍କୁ ଘେରିଛି। ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଏହି ପ୍ରକଳ୍ପ ପାଇଁ ବିଜେଡି ସରକାର ପୂର୍ବରୁ ସବୁ ପ୍ରସ୍ତୁତି ସାରିଥିଲେ। ପ୍ରକଳ୍ପ କାମ ମଧ୍ୟ ଆରମ୍ଭ ହୋଇସାରିଥିଲା। କିନ୍ତୁ ବିଜେପି ଶାସନକୁ ଆସିବା ପରେ ମେଟ୍ରୋ ପ୍ରକଳ୍ପ ଅନିଶ୍ଚିତତା ଭିତରେ ରହିଯାଇଛି। ଏବେକାର ସରକାର ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇଚାଲିଛି। ମେଟ୍ରୋ ପ୍ରକଳ୍ପ ନେଇ ସରକାରଙ୍କ କୌଣସି ସ୍ପଷ୍ଟତା ନାହିଁ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମେଟ୍ରୋ ପ୍ରକଳ୍ପ ନେଇ ସ୍ପଷ୍ଟତା ଆଣିବା ପରିବର୍ତ୍ତେ ମିଛ କହୁଛନ୍ତି।
ମେଟ୍ରୋ ପ୍ରକଳ୍ପ ନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଥିଲେ, ଅନ୍ୟ ରାଜ୍ୟଗୁଡିକରେ କ୍ଷତିରେ ଚାଲିଛି ମେଟ୍ରୋ। ସେଠାକାର ସରକାରଙ୍କୁ କ୍ଷତିଭରଣା କରିବାକୁ ପଡୁଛି। ସେଥିପାଇଁ ଦ୍ଵିତୀୟ ବୈଠକରେ ନିଷ୍ପତ୍ତି ହୋଇଛି। ଏକ କମିଟି ବିଭିନ୍ନ ରାଜ୍ୟକୁ ଯାଇ ମେଟ୍ରୋ ପ୍ରକଳ୍ପକୁ ଅନୁଧ୍ୟାନ କରି ରିପୋର୍ଟ ଦେବେ। ତାକୁ ଅନୁଧ୍ୟାନ କରି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ।ଏହା ପୂର୍ବରୁ ରାଜ୍ୟ ସରକାରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଓଡ଼ିଶାରେ ମେଟ୍ରୋ ଟ୍ରେନ୍ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ। କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ କରାଯିବ। ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଟେକ୍ନିକାଲ କମିଟି ଗଠନ ହେବ। ଏହି କମିଟି ବିଭିନ୍ନ ସହାରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ। ନୂଆ ଟ୍ରାକ୍ ନେଇ କମିଟି ରିପୋର୍ଟ ଦେବେ। ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀସ୍ତରୀୟ ସବ୍ କମିଟିର ଦ୍ଵିତୀୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯିବ। ବୈଠକରେ କମ୍ପ୍ରେହେନସିଭ ମୋବିଲିଟି ପ୍ଲାନ୍ ତିଆରି ହୋଇଛି। ପୁରୁଣା ପ୍ରକଳ୍ପ ବନ୍ଦ ହୋଇଛି। ସେସବୁ ରାସ୍ତା ଟ୍ରାଫିକ ଜାମ୍ ରହୁଛି। ଟେଷ୍ଟିଙ୍ଗ୍ ବେଳେ ଲୋକଙ୍କୁ ହଇରାଣ ହେବାକୁ ପଡ଼ିଛି। ମେଟ୍ରୋ କାମ ଚାଲିଥିଲେ ସେସବୁ ରାସ୍ତା ବନ୍ଦ ହୋଇ ଯାଇଥାନ୍ତା। ସେଥି ପାଇଁ ନୂଆ ଟ୍ରାକ୍ କେଉଁଠି ହେବ ସେ ରିପୋର୍ଟ କମିଟି ଦେବ।
Trending
- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଲେ ପ୍ରହ୍ଲାଦ ଯୋଶୀ
- ଭୁବନେଶ୍ୱରରେ ପୁଣି ହିଟ୍ ଆଣ୍ଡ୍ ରନ୍ , ତମାଣ୍ଡୋ ଫୁଟ୍ ଓଭରବ୍ରିଜ୍ ନିକଟରେ ଧକ୍କା ଦେଲା ଅଜଣା ଗାଡ଼ି,ମିଳିଲା ମୃତକଙ୍କ ମୁଣ୍ଡ ବିହୀନ ମୃତଦେହ
- ଆଜି ଦେଶ ପାଳୁଛି ୨୭ତମ କାରଗିଲ ବିଜୟ ଦିବସ, ଯବନାଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଦେଶବାସୀ
- ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି,ମନ୍ କୀ ବାତ୍’ରେ କାର୍ଗିଲ୍ ବୀରଙ୍କ ବୀରତ୍ୱ ଏବଂ ସାହସର କଥାକୁ ମନେପକାଇଲେ ମୋଦୀ
- ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ହରିହର ଯୋର ଡ୍ୟାମର ୪ଟି ଗେଟ୍,ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ
- ଆଜି ରଥ ଉପରେ ଶ୍ରୀଜିଉଙ୍କ ‘ଅଧର ପଣା’ ନୀତି ,ଅଶରୀରୀ ଓ ଚଣ୍ଡୀ-ଚାମୁଣ୍ଡାଙ୍କ ଉଦ୍ଧାର ପାଇଁ ରଥରେ ଭଙ୍ଗାଯିବ ୯ଟି ମାଟି ହାଣ୍ଡି
- ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବାର ନିଷ୍ପତ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ ଉଚ୍ଚ ନୈତିକ ଆଦର୍ଶ ଓ ଦାୟିତ୍ୱବୋଧର ପରିଚୟ : ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ମହାପ୍ରଭୁଙ୍କ ସୁନା ବେଶ ପାଇଁ ଭୁବନେଶ୍ୱର-ପୁରୀ ରାସ୍ତାରେ ଅସମ୍ଭାଳ ଭିଡ଼,ମାଳତୀପାଟପୁର ଟ୍ରାଫିକ ଅତିକ୍ରମ କରିବାକୁ ଲାଗୁଛି ୨ ଘଣ୍ଟାରୁ ଅଧିକ ସମୟ
- କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ: ଅପରାଧିକ ପୃଷ୍ଠଭୂମି ଥିବା ୨,୦୦୦ ରୁ ଅଧିକ ବ୍ୟକ୍ତିଙ୍କୁ ଚିହ୍ନଟ,୫ ଟି ଏଫଆଇଆର,୧୩୦ ପୁଲିସ ଆହତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଲେ ଧର୍ମେନ୍ଦ୍ର ପ୍ରଧାନ
Prev Post
Next Post