ସୂଚନା ପ୍ରଯୁକ୍ତି (ଆଇଟି) ନିଯୁକ୍ତି ସୃଷ୍ଟି କରିବାରେ ରାଜଧାନୀ ଭୁବନେଶ୍ବର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଶେଷ କରି ନଲେଜ୍ ପ୍ରୋସେସ୍ ଆଉଟ୍ସୋର୍ସିଂ (କେପିଓ) ବର୍ଗରେ ଏଠାରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ଫିନ୍ଟେକ୍ ପ୍ଲାଟଫର୍ମଗୁଡ଼ିକର ଅଭିବୃଦ୍ଧି ବଳରେ ଚଳିତ ବର୍ଷର ପ୍ରଥମ ଛଅ ମାସରେ ଭୁବନେଶ୍ବରରେ କେପିଓ ନିଯୁକ୍ତି ୨୧ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଟିମ୍ଲିଜ୍ର ଏକ ରିପୋର୍ଟରୁ ଜଣାପଡ଼ିଛି। ଭୁବନେଶ୍ବର ସମେତ ଇନ୍ଦୋର, ଉଦୟପୁର, ଭାଇଜାଗ, ଲକ୍ଷ୍ନୌ, ଅହମଦାବାଦ, ଭଦୋଦରା ଓ ୱାରାଙ୍ଗଲରେ ସରକାରୀ ଅଭିଯାନ, ଆଇଟି ଭିତ୍ତିଭୂମିରେ ନିବେଶ ଏବଂ ବିଶ୍ବସ୍ତରୀୟ କମ୍ପାନିଗୁଡ଼ିକ ସେମାନଙ୍କ ଉପସ୍ଥିତି ବଢ଼ାଉଥିବାରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ଫିନ୍ଟେକ୍ ଅଭିବୃଦ୍ଧି ପାଇଁ ଭୁବନେଶ୍ବରରେ କେପିଓ ନିଯୁକ୍ତି ବଢ଼ୁଥିବା ସିଆଇଏଲ୍ ଏଚ୍ଆର୍ର ସିଇଓ ଆଦିତ୍ୟ ନାରାୟଣ ମିଶ୍ର କହିଛନ୍ତି। ବଡ଼ ସହରଗୁଡ଼ିକରେ ଷ୍ଟାର୍ଟଅପ୍ଗୁଡ଼ିକ ବଡ଼ ସଂସ୍ଥା ପାଇଁ ଆହ୍ବାନ ସୃଷ୍ଟି କରିଛନ୍ତି। ସେଥିପାଇଁ ଅଧିକାଂଶ ପ୍ରତିଷ୍ଠିତ କମ୍ପାନି ନିଜ କାର୍ଯ୍ୟାଳୟଗୁଡ଼ିକ ପାଇଁ ସ୍ଥାନୀୟ ଇଞ୍ଜିନିୟରିଂ କଲେଜରୁ ପିଲାମାନଙ୍କୁ ନିଯୁକ୍ତି ଦେଉଛନ୍ତି। ବର୍ତ୍ତମାନ ସମୟରେ ଫୁଲ୍ ଷ୍ଟାକ୍ ଡେଭେଲପର୍, ଏଆଇ ଓ ମେସିନ୍ ଲର୍ଣ୍ଣିଂ ଇଞ୍ଜିନିୟର, ସାଇବର ନିରାପତ୍ତା ଆନାଲିଷ୍ଟ ଓ କ୍ଲାଉଡ୍ ଆନାଲିଷ୍ଟ ଚାକିରିର ଚାହିଦା ରହିଛି। ଉତ୍ପାଦ ଇଞ୍ଜିନିୟରିଂ ସଂସ୍ଥା ଓ ଗ୍ଲୋବାଲ କାପାବିଲିଟି ସେଣ୍ଟରଗୁଡ଼ିକ ଅଧିକ କର୍ମଚାରୀ ନିଯୁକ୍ତ କରୁଛନ୍ତି।
ଏହି ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷର ପ୍ରଥମ ଛଅ ମାସରେ ଆଇଟି ନିଯୁକ୍ତି ବଢ଼ାଇବାରେ ଛୋଟ ସହରଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଚଳିତ ବର୍ଷର ଜାନୁଆରିରୁ ଜୁନ୍ ଭିତରେ ଏହି ସହରଗୁଡ଼ିକରେ ନିଯୁକ୍ତି ୫୦ ପ୍ରତିଶତ ବଢ଼ିଛି। ଏହା ତୁଳନାରେ ବେଙ୍ଗାଲୁରୁ, ଦିଲ୍ଲୀ ଭଳି ବଡ଼ ସହରରେ ଆଇଟି ନିଯୁକ୍ତି ମାତ୍ର ୧୨-୧୫% ବଢ଼ିଛି। ଉଦୟପୁର, ଭାଇଜାଗ, କୋଏମ୍ବାଟୁର, ନାଗପୁର ଆଦି ସହର ନିଯୁକ୍ତି ସୃଷ୍ଟିରେ ଆଗରେ ରହିଛନ୍ତି। କୋଏମ୍ବାଟୁର, ନାଗପୁର ଓ ନାସିକ୍ରେ ଆଇଟି ନିଯୁକ୍ତି ୨୦-୨୫ ପ୍ରତିଶତ ବଢ଼ିଥିବା ବେଳେ ଇନ୍ଦୋର ଓ ଜୟପୁରରେ ୩୦-୪୦ ପ୍ରତିଶତ ବଢ଼ିଛି। ଏଆଇ ନିଯୁକ୍ତି ସୃଷ୍ଟିରେ ମହୀଶୂର ଆଗରେ ରହିଛି।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Prev Post