ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା, ଆଜି ମା’ଙ୍କ ନଗର ପରିକ୍ରମାରେ ବାହାରିବେ
ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାକୁ ନେଇ ଉତ୍ସବ ମୁଖର ବ୍ରହ୍ମପୁର ସହର । ଆଜି ମା’ଙ୍କ ଯାତ୍ରାର ଦଶମ ଦିନ । ସକାଳୁ ସକାଳୁ ମା’ଙ୍କୁ ଅସ୍ଥାୟୀ ପୀଠରେ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଲାଗିଲାଣି । ନଡ଼ିଆ କଦଳୀ ସହ ବିଭିନ୍ନ ଫଳମୂଳ ଧରି ମା’ଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଭକ୍ତମାନେ ଲମ୍ବା ଲାଇନ ଲଗାଇଛନ୍ତି ।ସନ୍ଧ୍ୟାରେ ଅସ୍ଥାୟୀ ପୀଠରେ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା ଶେଷ ହେବା ପରେ ମା’ ନଗର ପରିକ୍ରମାରେ ବାହାରିବେ। ପ୍ରଥମେ ମହୁରୀ ରାଜବାଟି ଯାଇ ସେଠାରୁ ମହୁରୀ ଗଡ଼ ରାଜା ମା’ଙ୍କୁ ପୂଜାର୍ଚ୍ଚନା କରିବେ। ସେଠାରୁ ବିଭିନ୍ନ ସାହିକୁ ସାହି ବୁଲି ପରିକ୍ରମା କରି ରଥ ଓ କଳାକୁଞ୍ଜକୁ ନିମନ୍ତ୍ରଣ ଦେବେ ।