ଅଗ୍ନିବୀର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ , ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୧୦

ଭାରତୀୟ ନୌସେନା ଅଗ୍ନିବୀର (SSR ଏବଂ MR) ଏବଂ SSR (ମେଡିକାଲ୍) ପଦବୀ ପାଇଁ 2025 ବ୍ୟାଚ୍ ଅଧୀନରେ ନିଯୁକ୍ତି ବାହାର କରିଛି । ଯେଉଁ ଯୁବକମାନେ ଦେଶ ସେବା କରିବାକୁ ଏବଂ ଭାରତୀୟ ନୌସେନାରେ ଯୋଗ ଦେବାକୁ ସ୍ବପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ । ଅଗ୍ନିବୀର (SSR ଏବଂ MR) ଏବଂ SSR (ମେଡିକାଲ୍) ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନଲାଇନ୍ ହେବ । ଆଶାୟୀ ପ୍ରାର୍ଥୀମାନେ ଭାରତୀୟ ନୌସେନାର ଅଫିସିଆଲ୍ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ୧୦ ଏପ୍ରିଲ ୨୦୨୫ ।

କିଏ ଆବେଦନ କରିପାରିବେ?

SSR ପଦବୀ ପାଇଁ ଆବେଦନକାରୀ କୌଣସି ସ୍ବୀକୃତିପ୍ରାପ୍ତ ବୋର୍ଡ଼ରୁ ଗଣିତ ଏବଂ ପଦାର୍ଥ ବିଜ୍ଞାନ ସହିତ ଦ୍ବାଦଶ ଶ୍ରେଣୀ ପାସ କରିଥିବା ଆବଶ୍ୟକ । ଏହା ସହିତ ବିଜ୍ଞାନ, ଜୀବ ବିଜ୍ଞାନ କିମ୍ବା କମ୍ପ୍ୟୁଟର ବିଜ୍ଞାନ ମଧ୍ୟରୁ ଯେକୌଣସି ଗୋଟିଏ ବିଷୟରେ ଅଧ୍ୟୟନ କରିଥିବା ଆବଶ୍ୟକ । MR ପଦବୀ ପାଇଁ ଦଶମ ପାସ୍ ହେବା ଜରୁରୀ । SSR (ମେଡିକାଲ୍) ପାଇଁ ସ୍ୱତନ୍ତ୍ର ଭାବେ ନିର୍ଦ୍ଧାରିତ ଯୋଗ୍ୟତା ସମ୍ପର୍କରେ ଅଧିକ ସୂଚନା ଅଫିସିଆଲ୍ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ବୟସ ସୀମା କ?

ପ୍ରାର୍ଥୀମାନଙ୍କର ବୟସ 17.5 ବର୍ଷରୁ 23 ବର୍ଷ ମଧ୍ୟରେ ହେବା ଉଚିତ । ତଥାପି ସରକାରଙ୍କ ନିୟମ ଅନୁସାରେ କିଛି ବର୍ଗ ପାଇଁ ବୟସ ସୀମାରେ କୋହଳ କରାଯାଇପାରେ । ପ୍ରାର୍ଥୀମାନେ ସେମାନଙ୍କର ଜନ୍ମ ପ୍ରମାଣପତ୍ର କିମ୍ବା ଅନ୍ୟାନ୍ୟ ବୈଧ ଡକ୍ୟୁମେଣ୍ଟ ମାଧ୍ୟମରେ ବୟସର ପ୍ରମାଣ ଦାଖଲ କରିବାକୁ ପଡିବ ।

ଆବେଦନ ଶୁଳ୍କ କେତେ?

ସାଧାରଣ, ଓବିସି ଏବଂ ଇଡବ୍ଲୁଏସ୍ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ₹୫୫୦ ଅଟେ, ଯେଉଁଥିରେ ୧୮% ଜିଏସଟି ଅନ୍ତର୍ଭୁକ୍ତ । SC ଏବଂ ST ବର୍ଗର ପ୍ରାର୍ଥୀମାନଙ୍କୁ ମଧ୍ୟ 550 ଶୁକ୍ଳ ଦେବାକୁ ପଡ଼ିବ । ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରି ଅନଲାଇନ୍ ମାଧ୍ୟମରେ ପେମେଣ୍ଟ କରାଯାଇପାରିବ ।

ଏହିପରି କରନ୍ତୁ ଆବେଦନ :

ପ୍ରଥମେ ଅଫିସିଆଲ୍ ୱେବସାଇଟ୍ joinindiannavy.gov.in କୁ ଯାଆନ୍ତୁ ।
New Registration ଲିଙ୍କ୍ ଉପରେ କ୍ଲିକ୍ କରି ପଞ୍ଜୀକରଣ କରନ୍ତୁ ।
ପଞ୍ଜୀକରଣ ପରେ ୱେବସାଇଟ୍ ରେ Login କରନ୍ତୁ ।
ମଗାଯାଇଥିବା ସମସ୍ତ ସୂଚନାକୁ ସଠିକ୍ ଭାବରେ ଭରନ୍ତୁ ।
ଜରୁରୀ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ ।
ଅନଲାଇନ୍ ମାଧ୍ୟମରେ ଆବେଦନ ଶୁଳ୍କ ପୈଠ କରନ୍ତୁ ।
Submit ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ ।
ପ୍ରିଣ୍ଟ ଆଉଟ୍ ବାହାର କରି ଭବିଷ୍ୟତ ପାଇଁ ସୁରକ୍ଷିତ ରଖନ୍ତୁ ।

ଚୟନ ପ୍ରକ୍ରିୟା ତିନୋଟି ମୁଖ୍ୟ ପର୍ଯ୍ୟାୟରେ ସମାପ୍ତ ହେବ, ପ୍ରାର୍ଥୀମାନଙ୍କୁ ଏକ ଅନଲାଇନ୍ କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBT) ଦେବାକୁ ହେବ । ପ୍ରଶ୍ନପତ୍ରଟି ଅବଜେକ୍ଟିଭ ଟାଇପ ହେବ ଯେଉଁଥିରେ ସାଧାରଣ ଜ୍ଞାନ ,ବିଜ୍ଞାନ ଗଣିତ  ଏବଂ ଇଂରାଜୀ ବିଷୟରୁ ପ୍ରଶ୍ନ ପଚରାଯିବ । ପରୀକ୍ଷାର ସ୍ତର ଦଶମ କିମ୍ବା ଦ୍ୱାଦଶ ଶ୍ରେଣୀର ସିଲାବସ୍ ଅନୁଯାୟୀ ହେବ । ଲିଖିତ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନଙ୍କୁ ଶାରୀରିକ ଫିଟନେସ୍ ପରୀକ୍ଷା (PFT) ପାଇଁ ଡକାଯିବ | PFT ରେ ୧.୬ କିଲୋମିଟର ଦୌଡ଼, ପୁସ୍-ଅପ୍ ଏବଂ ସିଟ୍-ଅପ୍ ଅନ୍ତର୍ଭୁକ୍ତ ହେବ । ପୁରୁଷ ଏବଂ ମହିଳାଙ୍କ ପାଇଁ ଭିନ୍ନ ଭିନ୍ନ ମାନଦଣ୍ଡ ସ୍ଥିର କରାଯାଇଛି । PFT ରେ ସଫଳ ହୋଇଥିବା ପ୍ରାର୍ଥୀମାନଙ୍କର ମେଡିକାଲ୍ ପରୀକ୍ଷା କରାଯିବ । ଏହି ପରୀକ୍ଷା ଭାରତୀୟ ନୌସେନା ଦ୍ୱାରା ସ୍ଥିର କରାଯାଇଥିବା ମେଡିକାଲ୍ ମାନଦଣ୍ଡ ଅନୁଯାୟୀ ହେବ ।ଶେଷରେ, ସମସ୍ତ ପର୍ଯ୍ୟାୟରେ ସଫଳ ହୋଇଥିବା ପ୍ରାର୍ଥୀମାନଙ୍କର ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯିବ ଏବଂ ଚୟନିତ ପ୍ରାର୍ଥୀମାନଙ୍କୁ ଜଏନିଙ୍ଗ୍ ଲେଟର୍ ଦିଆଯିବ ।

 

 

 

 

 

Leave a comment