ଅଙ୍ଗନବାଡ଼ି କେନ୍ଦ୍ରକୁ ଘେରିଗଲେ ମହୁମାଛି, ଆକ୍ରମଣରେ ୧୦ ଗୁରୁତର

ଅଙ୍ଗନବାଡ଼ି କେନ୍ଦ୍ରକୁ ଘେରିଗଲେ ମହୁମାଛି, ଆକ୍ରମଣରେ ୧୦ ଗୁରୁତର

ମେଟ୍ରୋ ଓଡିଶା (୭ .୪.୨୦୨୨) :

ବୌଦ୍ଧ କଣ୍ଟାମାଳ ବ୍ଲକ୍ ଦବଲା ପଞ୍ଚାୟତ ବଉଳସିଂହାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମହୁମାଛି ଆକ୍ରମଣରେ ଅଙ୍ଗନବାଡ଼ି କେନ୍ଦ୍ରରେ ୧୦ ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ଅଚାନକ୍ ମହୁମାଛି ଆକ୍ରମଣରେ ୮ ଶିଶୁଙ୍କ ସମେତ ଅଙ୍ଗନବାଡ଼ିର ୱାର୍କର ଓ ହେଲପର ଗରୁତର ହୋଇଛନ୍ତି । ସମସ୍ତ ଗୁରୁତରମାନଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ମେଡିକାଲରେ ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ଆଟାକର ଶିକାର ହୋଇଥିବା ଶିଶୁମାନଙ୍କର ଅବସ୍ଥା ଗୁରୁତର ରହିଛି ।

ଏହା ସହ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ କଇଣ୍ଡା ଗ୍ରାମରେ ମହୁମାଛି ଆତଙ୍କ ଦେଖିବାକୁ ମିଳିଛି । ମହୁମାଛି ଆକ୍ରମଣରେ ୧୦ ରୁ ଉର୍ଧ ଆହତ ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।ସୂଚନା ଅନୁସାରେ ତୁରୁମୁଙ୍ଗା ରାଜନଗର ରାସ୍ତାରେ କଇଣ୍ଡା ଗ୍ରାମର ରାସ୍ତା କଡ଼ରେ ଥିବା ଏକ ବିରାଟ ଅଶ୍ୱତ୍ଥ ଗଛରେ ୨୦ ରୁ ଉର୍ଧ ମହୁଫେଣା ରହିଛି । ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି । ଗାଁରେ ମହୁମାଛି ଆତଙ୍କ ଖେଳାଇଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।