ପନିର ଓ ମସରୁମ ମଧ୍ୟରୁ କେଉଁଟା ୱେଟ୍ ଲସ୍ ପାଇଁ ଭଲ

ଆଜିକାଲି ଡାଏଟିଂର ଟ୍ରେଣ୍ଡ ଅଧିକ ଦେଖିବାକୁ ମିଳୁଛି । ଏପରି ପରିସ୍ଥିତିରେ ଲୋକେ ଓଜନ କମାଇବା ପାଇଁ କିଟୋ ସମେତ ଅନେକ ପ୍ରକାରର ଡାଏଟ୍ ଫଲୋ କରୁଛନ୍ତି । ୱେଟ୍ ଲସ୍ ପାଇଁ ଡାଏଟ୍ ଏକ୍ସପର୍ଟ ଛତୁ ଏବଂ ପନିର୍ ଖାଇବାକୁ ପରାମର୍ଶ ଦେଇଥାନ୍ତି । ଯାହା ପ୍ରୋଟିନର ପ୍ରଭାବଶାଳୀ ସୋର୍ସ ହୋଇଥାଏ । କିନ୍ତୁ ଛତୁ ଏବଂ ପନିର୍ ଭିତରୁ କେଉଁ ଖାଦ୍ୟଟି ଅଧିକ ଲାଭଦାୟକ? ଏନେଇ କ’ଣ କୁହନ୍ତି ନ୍ୟୁଟ୍ରିସନିଷ୍ଟ୍ ଆସନ୍ତୁ ଜାଣିବା । ପନିରରେ ପ୍ରୋଟିନ୍ ଅଧିକ ମାତ୍ରାରେ ଥାଏ, ଯାହା ମାଂସପେଶୀକୁ ଶକ୍ତିଶାଳୀ କରିବା ସହିତ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ନ୍ୟୁଟ୍ରିସନିଷ୍ଟଙ୍କ କହିବାନୁସାରେ ପ୍ରୋଟିନ୍ ଲମ୍ବା ସମୟ ପର୍ଯ୍ୟନ୍ତ ପେଟଫୁଲ୍ ରଖିଥାଏ । ପନିରରେ କ୍ୟାଲସିୟମ୍ ମଧ୍ୟ ଭରପୂର ରହିଥାଏ, ଯାହା ହାଡ଼ ପାଇଁ ଭଲ । ଯଦିଓ, ପନିରରେ ଫ୍ୟାଟ୍ ଅଧିକ ଥାଏ। କିନ୍ତୁ ଆଜିକାଲି ଲୋ ଫ୍ୟାଟ୍ ପନିରର ବିକଳ୍ପ ମଧ୍ୟ ଉପଲବ୍ଧ ଅଛି।ସେହିପରି ମସରୁମରେ କ୍ୟାଲୋରୀର ମାତ୍ରା ବହୁତ କମ୍ ଥାଏ । ତେଣୁ ଓଜନ ହ୍ରାସ ପାଇଁ ବିଶେଷଜ୍ଞମାନେ ଏହାକୁ ଖାଇବାକୁ ପରାମର୍ଶ ଦିଅନ୍ତି । ୧୦୦ ଗ୍ରାମ ମସରୁମରେ କେବଳ ୨୨ କ୍ୟାଲୋରୀ ଥାଏ । ମସରୁମରେ ଅଧିକ ମାତ୍ରାରେ ଫାଇବର ଥାଏ, ଯାହା ପାଚନ କ୍ରିୟାକୁ ଠିକ୍ ରଖିବା ସହିତ ପେଟକୁ ଲମ୍ବା ସମୟ ପର୍ଯ୍ୟନ୍ତ ଫୁଲ୍ ରଖିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ, ମସରୁମରେ ଭିଟାମିନ୍ ଈ, ଊ, ପୋଟାସିୟମ୍ ଏବଂ ସେଲେନିୟମ୍ ଭଳି ପୋଷକ ତତ୍ତ୍ୱ ରହିଛି ।

ବିଶେଷଜ୍ଞଙ୍କ ମତ ଅନୁସାରେ, ଯଦି ଆପଣ ଓଜନ କମାଇବା ପାଇଁ କମ୍ କ୍ୟାଲୋରୀ ଏବଂ ଅଧିକ ଫାଇବର ଥିବା ବିକଳ୍ପ ଖୋଜୁଛନ୍ତି, ତେବେ ମସରୁମ୍ ଅଧିକ ଭଲ । ଅନ୍ୟପକ୍ଷରେ, ପନିରରେ ଅଧିକ କ୍ୟାଲୋରୀ ଏବଂ ଫ୍ୟାଟ୍ ଥାଏ । କିନ୍ତୁ ଯଦି ଆପଣ ଲୋ-ଫ୍ୟାଟ୍ ପନିର ଖାଉଛନ୍ତି, ତେବେ ଏହା ମଧ୍ୟ ଏକ ଭଲ ବିକଳ୍ପ ହୋଇପାରେ । ଯଦି ଆପଣ ଓଜନ କମାଇବା ସହିତ ପ୍ରୋଟିନ୍ ଅଭାବ ପୂରଣ କରିବାକୁ ଚାହୁଁଛନ୍ତି, ତେବେ ଲୋ ଫ୍ୟାଟ୍ ପନିର ଖାଇପାରିବେ । ବିଶେଷଜ୍ଞମାନେ କହିଛନ୍ତି ଯେ ମସରୁମକୁ ଡାଏଟରେ ସାମିଲ କରି ଆପଣ ଶୀଘ୍ର ଓଜନ କମାଇ ପାରିବେ। ଏଥିରେ ଶରୀର ପାଇଁ ଆବଶ୍ୟକ ସମସ୍ତ ଭିଟାମିନ୍ ମଧ୍ୟ ମିଳିଥାଏ।